ରାଜ୍ୟ

ଆଜି ଠାରୁ ପୁଣି ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ

Spread the love

ଆଜି ଠାରୁ ପୁଣି ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ। ଗତ 20 ତାରିଖ ଠାରୁ ଆରମ୍ଭ ହୋଇଥିବା ଅଧିବେଶନ ଏବେ ସୁଦ୍ଧା କେବଳ ହୋହାଲ୍ଲାରେ ଶେଷ ହୋଇଛି । ସଂସଦ ଆରମ୍ଭ ହେବା ଦିନ ଠାରୁ ମଣିପୁର ହିଂସା ପ୍ରସଙ୍ଗରେ ଆଲୋଚନା କରିବାକୁ ବିରୋଧୀ ଦଳ ଜିଦ ଧରି ହଙ୍ଗାମା କରିଥିବାରୁ କୌଣସି ଆଲୋଚନା ସମ୍ଭବ ହୋଇପାରିନାହିଁ । ଯାହାକୁ ନେଇ ତିନି ଦିନ ଗୃହ ମୁଲତବୀ ରହିଥିଲା। ଏହି ସପ୍ତାହରେ କେନ୍ଦ୍ର ସରକାର ଦିଲ୍ଲୀ ଅଧ୍ୟାଦେଶ ବିଲ୍ ଆଣିବେ ବୋଲି ସଂକେତ ମିଳିଛି। ତେଣୁ ଚଳିତ ସପ୍ତାହ ମଧ୍ୟ ଅଧିବେଶନ ସରଗରମ ରହିବ ବୋଲି କୁହାଯାଉଛି।

Leave a Reply

Your email address will not be published. Required fields are marked *