ମାଛକୁଣ୍ଡ ପୋଲିସକୁ ସଫଳତା, ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
ପୋଲିସକୁ ପୁଣି ସଫଳତା । ୧୦ଲକ୍ଷ ଟଙ୍କାର ଗଞ୍ଜେଇ ବୋଝେଇ ୫ ଟି ମଟର ସାଇକେଲ ଜବତ । ଏହାସହ ୫ଜଣଙ୍କୁ ଗିରଫ କରିଛି ପୋଲିସ l ଖବର ଅନୁଯାୟୀ, ମାଲକାନଗିରି ଜିଲ୍ଲା ପାତ୍ରପୁଟ ଅଞ୍ଚଳରୁ ଗଞ୍ଜେଇ କିଣି ୫ଟି ମଟର ସାଇକେଲ ଯୋଗେ ମାଛକୁଣ୍ଡ ଦେଇ ଜୟପୁର ଚୋରା ଚାଲାଣ କରୁଥିଲେ l ମାଛକୁଣ୍ଡ ପୋଲିସ ଖବର ପାଇ ଅନକାଡେଲି ଗାଁରେ ଜଗି ରହିଥିଲା l ଦ୍ରୁତ ଗତିରେ ଆସୁଥିବା ୫ଟି ମୋଟର ସାଇକେଲ ଅଟକାଇ ଥିଲା ପୋଲିସ l ତେବେ ଅନ୍ଧାର ସୁଯୋଗ ନେଇ ୫ ଜଣ ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳେ ବାକି ୫ଜଣଙ୍କୁ କାବୁ କରିଥିଲା ପୋଲିସ । ୧୧୨ କେଜି ଗଞ୍ଜେଇ ଜବତ କରାଯାଇଛି। ଏହାସହିତ ଏହି ଘଟଣା ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ମଧ୍ୟ ତଦନ୍ତ ଜାରି ରଖିଛି ପୋଲିସ ।
