ଅଭାବନୀୟ ! ଚାଷ ଜମିକୁ ଯିବାବେଳେ ଦଳିଦେଲା ଦନ୍ତା, ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ
ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ହୋଇଛି । ଚାଷ ଜମିକୁ ଯିବାବେଳେ ଦଳିଦେଲା ଦନ୍ତା । ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଜୁରାବନ୍ଧ ପଞ୍ଚାୟତ ମାଲପଡା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି ।
ସୂଚନାଯୋଗ୍ୟ ଯେ, ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଜୁରାବନ୍ଧ ପଞ୍ଚାୟତ ମାଲପଡା ଗାଁରେ ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ହୋଇଛି । ଜମିକୁ ଯାଇଥିବା ଯୁବକ ଡିଲେସ୍ୱର ପୁଟେଲଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । ହାତୀ ଘଉଡ଼ାଇବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।
ଦୀର୍ଘ ସମୟ ଧରି ହାତୀଟି ଗାଁ ନିକଟରେ ରହିଛି । ମୃତକ ଗାଁର ଶିବ ମନ୍ଦିରରେ ପୂଜକ ଭାବେ ଥିଲେ । ତାଙ୍କର ମୃତ୍ୟୁ ପରେ ପରିବାର ଲୋକେ ଚିନ୍ତାରେ ପଡିଯାଇଛନ୍ତି । ତୁରନ୍ତ ଗରିବ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି ଗ୍ରାମବାସୀ । ଘଟଣାସ୍ଥଳରେ ବଙ୍ଗୋମୁଣ୍ଡା ପୋଲିସ ଓ ବନ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

