ବଣାଇରେ ଦନ୍ତାଙ୍କ ଆତଙ୍କ
ବଣାଇ ଅଞ୍ଚଳରେ କିଛି ଦିନ ବ୍ୟବଧାନରେ ପୁଣି ଗୋଠ ଛଡ଼ା ଦୁଇଟି ଦନ୍ତା ହାତୀ ଆସି ବଣାଇ ଅଞ୍ଚଳରେ ଉତ୍ପାତ ଚଳାଇଛନ୍ତି। ଗୋଟିଏ ହାତୀ ତଳିତା ବିଟ ଅଞ୍ଚଳକୁ ଆସି ବଡପୋଷ, ଗୋଗୁଆ, ତେଲିଡିହି, କେଲ, ନୂଆପାଲି ଆସିଥିବା ବେଳେ। ଏହି ହାତୀଟି କୁଳିପୋଷ ରେଞ୍ଜ ଅଞ୍ଚଳରେ ଥିବା ବେଳେ ନଦୀ ପାର ହୋଇ ବଡପୋଷ ତଳିତାଗ୍ରାମ କୁ ଆସି ଗାଁରେ ପଶି ଖାଇବା ଉଦ୍ଦେଶ୍ୟରେ ଘର ଭାଙ୍ଗୁ ଥିବା ଦେଖିବାକୁ ମିଳିଥିଲା।
ଅନ୍ୟ ଏକ ଦନ୍ତା ବଣାଇ ବିଟର ସିଂହ ଟୋଲା ଅଞ୍ଚଳରେ ପଶି ଘର ଭାଙ୍ଗିବା ସହିତ ବହୁ କ୍ଷୟକ୍ଷତି କରିଛି। ଏବେ ହାତୀଟି ଡିଡି ପାଲି ଜଙ୍ଗଲରେ ଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଥିବା ବେଳେ ବନ ବିଭାଗ ହାତୀକୁ ଘଉଡ଼ାଇବାକୁ ଚେଷ୍ଟା କରିଛି। ହାତୀଟି ଇଆଡେ ସିଆଡେ ଦୌଡ଼ୁଥିବାରୁ ଘଉଡ଼ାଇବାରେ କଷ୍ଟ ହେଉଛି। ଏପଟେ ହାତୀ ଯୋଗୁ ଗ୍ରାମବାସୀଙ୍କ ନିଦ ହଜି ଯାଇଥିବା ବେଳେ ଏବେ ରୁଆ ସମୟ ହୋଇଥିବାରୁ ବହୁ ଧାନ ଫସଲ ନଷ୍ଟ ହୋଇଛି।

