ଦେଶ ବିଦେଶ

ଭୟଙ୍କର ବାତ୍ୟା ଯୋଗୁଁ ହଜାରେରୁ ଅଧିକ ବିମାନ ଉଡାଣ ବାତିଲ୍: ଚାରିଆଡେ ଘୋଟିଲା ଘନ ଅନ୍ଧକାର

Spread the love

ମାଡିଆସୁଛି ଭୟଙ୍କର ବାତ୍ୟା । ଆଲର୍ଟରେ ପ୍ରଶାସନ । ସମସ୍ତ ବିମାନ ଉଡାଣ ଉପରେ ଲାଗିଲା କଟକଣା । କେବଳ ସେତିକି ନୁହେଁ ସାରା ଦେଶରେ ବିଜୁଳି ଯୋଗାଣ ବନ୍ଦ କରାଯାଇଛି ।

ସୂଚନା ଥାଉକି, ଆମେରିକାକୁ ମାଡିଆସୁଛି ଭୟଙ୍କର ବାତ୍ୟା । ଏହି କାରଣରୁ ସାରା ଦେଶରେ ଏକ ପ୍ରକାର ବିଜୁଳି ଯୋଗାଣ ବନ୍ଦ୍ କରାଯାଇଛି । ସେପଟେ ଆମେରିକାର ରାଜଧାନୀ ୱାଶିଂଟନରେ ସମସ୍ତ ସ୍କୁଲ ବନ୍ଦ ରଖିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି । ଏହାସହ ଲୋକମାନଙ୍କୁ ସୁରକ୍ଷିତ ଭାବେ ନିଜ ନିଜର ଘରେ ରହିବାକୁ ପରାମର୍ଶ ଦିଆଯାଇଛି ।

ଆମେରିକା ପାଣିପାଗ ବିଭାଗ ତରଫରୁ ସୋମବାର ଦିନ ଏକ ଭୟଙ୍କର ବାତ୍ୟା ଆସୁଥିବା ନେଇ ସତର୍କ କରାଇଛି । ସେପଟେ ବାତ୍ୟା ପୂର୍ବରୁ ସୋମବାର ଠାରୁ ୱାସିଂଟନର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଛି ବର୍ଷା । ଏହାସହ ପାଗ ବି ଧିରେ ଧିରେ ଅନ୍ଧାରୁଆ ହେବାରେ ଲାଗିଛି । ମଙ୍ଗଳବାର ସକାଳ ଠାରୁ ବାତ୍ୟାର ପୂର୍ବଲକ୍ଷଣମାନ ଦେଖିବାକୁ ମିଳିଛି । ପାଣିପାଗ ବିଭାଗ କହିଛି କି ଅନେକ ଦୂର ପର୍ଯ୍ୟନ୍ତ ବାତ୍ୟାର ପ୍ରଭାବ ଦେଖିବାକୁ ମିଳିପାରେ ।

ପାଣିପାଗ ବିିଭାଗର ସୂଚନା ମୁତାବକ ଟେନେସୀ ଠାରୁ ନ୍ୟୁୟର୍କ ପର୍ଯ୍ୟନ୍ତ ୧୦ଟି ରାଜ୍ୟରେ ଏହି ବାତ୍ୟାର ପ୍ରଭାବ ଦେଖିବାକୁ ମିଳିଛି । ଏକ ଅନ୍ତର୍ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ସୋମବାର ଦ୍ୱିପ୍ରହର ପର୍ଯ୍ୟନ୍ତ ୧୩୦୦ ରୁ ଅଧିକ ବିମାନ ଉଡାଣ ରଦ୍ଦ କରାଯାଇଛି । ସେପଟେ ରାଷ୍ଟ୍ରପତି ଜୋ-ବାଇଡେନଙ୍କ ୪ ଦିନିଆ ଗସ୍ତ ଉପରେ ରୋକ ଲଗାଇଛି ହ୍ୱାଇଟହାଉସ୍ ।

Leave a Reply

Your email address will not be published. Required fields are marked *