ହ୍ୱାଇଟ୍ ହାଉସ୍ର ପ୍ରଥମ ମହିଳା ‘ଚିଫ୍ ଅଫ୍ ଷ୍ଟାଫ୍’ ହେବେ ସୁସି ୱାଇଲ୍ସ
ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଘୋଷଣା କରିଛନ୍ତି ଯେ ତାଙ୍କ କ୍ୟାମ୍ପେନ ମ୍ୟାନେଜର ସୁସି ୱାଇଲ୍ସ ତାଙ୍କ ହ୍ୱାଇଟ୍ ହାଉସର ଚିଫ୍ ଅଫ୍ ଷ୍ଟାଫ୍ ହେବେ। ୬୭ ବର୍ଷୀୟା ୱାଇଲ୍ସ ଆମେରିକା ଇତିହାସରେ ପ୍ରଥମ ମହିଳା ଭାବେ ଏହି ପଦରେ ରହିବେ। ଟ୍ରମ୍ପ କହିଛନ୍ତି, ସୁସି ୱାଇଲ୍ସ ମୋତେ ଆମେରିକୀୟ ଇତିହାସର ସର୍ବଶ୍ରେଷ୍ଠ ରାଜନୈତିକ ବିଜୟ ହାସଲ କରିବାରେ ସାହାଯ୍ୟ କରିଥିଲେ ଏବଂ ମୋର ୨୦୧୬ ଓ ୨୦୨୦ର ସଫଳ ଅଭିଯାନର ଏକ ଅବିଚ୍ଛେଦ୍ୟ ଅଙ୍ଗ ଥିଲେ।
