ଦେଶ ବିଦେଶ

ବିଦ୍ୟୁତ୍ ଆଘାତରେ ହେଡ୍ କନଷ୍ଟେବଳଙ୍କ ମୃତ୍ୟୁ

Spread the love

ଇନ୍ଦୋର କ୍ରାଇମ୍ ବ୍ରାଞ୍ଚ ଥାନାର ହେଡ୍ କନଷ୍ଟେବଳ ଜବାହର ସିଂ ଜାଡୋନଙ୍କ ବିଦ୍ୟୁତ୍ ଆଘାତରେ ମୃତ୍ୟୁ ଘଟିଛି । ଜବାହର ଜୁନି ଇନ୍ଦୋରସ୍ଥିତ ପୋଲିସ କ୍ଵାର୍ଟରରେ ରହୁଥିଲେ । ଶୁକ୍ରବାର ସେ ନିଜ ଘର ସଫାସୁତରା କରୁଥିବା ବେଳେ କରେଣ୍ଟ ସଂସ୍ପର୍ଶରେ ଆସିଥିଲେ । ଘଟଣା ଘଟିବା ସମୟରେ ସେ ଘରେ ଏକୁଟିଆ ଥିଲେ । ତାଙ୍କ ପରିବାର ଘର ବାହାରେ ଥିଲେ ।ପଡ଼େଶୀମାନେ ଚିତ୍କାର ଶୁଣି ତାଙ୍କ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ । ଏହାପରେ ପରିବାର ଲୋକେ ତୁରନ୍ତ ପହଞ୍ଚି ଜବାହରଙ୍କୁ ହସ୍ପିଟାଲ ନେଇଯାଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Leave a Reply

Your email address will not be published. Required fields are marked *