ଦେଶ ବିଦେଶପାଣିପାଗ

ଭୂସ୍ଖଳନ ଏବଂ ପ୍ରବଳ ବର୍ଷା ଯୋଗୁଁ କେଦାରନାଥ ଯାତ୍ରା ବାଧା ଉପୁଜିଛି

Spread the love

ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଲାଗିରହିଛି । ବର୍ଷା ଯୋଗୁଁ ସୋନପ୍ରୟାଗ-ଗୌରୀକୁଣ୍ଡ ରାସ୍ତାରେ ଏକ ବଡ଼ ଭୂସ୍ଖଳନ ହୋଇଛି । ଯେଉଁଥିପାଇଁ କେଦାରନାଥ ଯାତ୍ରାକୁ ସ୍ଥଗିତ ରଖାଯାଇଛି । ମୁନକଟିଆଠାରୁ ପ୍ରାୟ ଦେଢ଼ କିଲୋମିଟର ଆଗକୁ ପାହାଡର ଏକ ବଡ଼ ଅଂଶ ଧସିଯିବାରୁ ରୁଦ୍ରପ୍ରୟାଗ-ଗୌରୀକୁଣ୍ଡ ଜାତୀୟ ରାଜପଥ ଅବରୋଧ ହୋଇଛି । ରାସ୍ତାରେ ବଡ଼ ପଥର ପଡିଥିବାରୁ ଉଭୟ ପାର୍ଶ୍ୱରୁ ଗାଡି ଚଳାଚଳ ବନ୍ଦ ହୋଇଯାଇଛି । ଫଳରେ ଉଭୟ ପଟରେ ଗାଡି ଅଟକି ରହିଛି ।

କିଛି ଦିନ ହେଲା ବର୍ଷା ଲାଗି ରହିଥିବାରୁ ବିଭିନ୍ନ ସ୍ଥାନରେ ଭୂସ୍କଳନ ଦେଖିବାକୁ ମିଳିଛି । ରାସ୍ତାରେ ବଡ଼ ବଡ ପଥର ପଡିଥିବା ଯୋଗୁଁ ରାତି ହୋଇଥିବାରୁ ଜେସିବି ମେସିନରେ ପଥର, ବାଲି କାଢିବା ସମ୍ଭବ ହୋଇନାହିଁ । ମୁନକଟିଆ ଏବଂ ଗୌରୀକୁଣ୍ଡ ମଧ୍ୟରେ ପ୍ରାୟ ୫୦ରୁ ୭୦ ମିଟର ରାସ୍ତା ଧୋଇଯାଇଛି । ବର୍ଷା ଲାଗି ରହିଥିବାରୁ ରାସ୍ତାସଫା କାମରେ ବାଧା ସୃଷ୍ଟି ହୋଇଛି । ଏହି ରାସ୍ତା ମରାମତି ଲାଗି ପ୍ରାୟ ୨ରୁ ୩ ଦିନ ଲାଗିବ ବୋଲି କୁହାଯାଇଛି |

ରାସ୍ତାରେ ଫସି ରହିଥିବା ପ୍ରାୟ ୨୫୦୦ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ୧୩୦୦ ତୀର୍ଥଯାତ୍ରୀ ବାବା କେଦାରଙ୍କ ଦର୍ଶନ କରି ଫେରି ଆସିଥିଲେ। ଏନଡିଆରଏଫ ଓ ଏସଡିଆରଏଫ ମିଳିତ ପ୍ରୟାସରେ ଅନେକ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି । । ତେଣୁ ଏହି ସମୟରେ ଯାତ୍ରୀମାନଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ନଆସିବାକୁ ରୁଦ୍ରପ୍ରୟାଗ ପୋଲିସ ତରଫରୁ ସଚେତନ କରାଯାଇଛି । ରାସ୍ତା ଖୋଲିବା ପରେ ରୁଦ୍ରପ୍ରୟାଗ ପୋଲିସ ସୋସିଆଲ ମିଡିଆଲ ସେଲ ମାଧ୍ୟମରେ ଜଣାଇଦେବେ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *