ମଝି ଆକାଶରେ ବିମାନରେ ଯାନ୍ତ୍ରିକ ତ୍ରୁଟି
ମଝି ଆକାଶରେ ବିମାନରେ ତ୍ରୁଟି। ସଲ୍ଟ ଲେକ୍ ସିଟିରୁ ଆମଷ୍ଟରଡାମ୍ ଯାଉଥିବା ଡେଲଟା ଏୟାରଲାଇନ୍ସର ଏକ ବିମାନରେ ଏୟାର ଟର୍ବୁଲାନ୍ସ ହୋଇଥିଲା । ଏଥିଯୋଗୁଁ ବିମାନକୁ ଜରୁରୀ ଅବତରଣ କରିଛି ।
ଖବର ମୁତାବକ, ସଲ୍ଟ ଲେକ୍ ସିଟିରୁ ଆମଷ୍ଟରଡାମ୍ ଯାଉଥିବା ଡେଲଟା ଏୟାରଲାଇନ୍ସର ଏକ ବିମାନରେ ଏୟାର ଟର୍ବୁଲାନ୍ସ ହୋଇଥିଲା । ୨୫ ଜଣ ଯାତ୍ରୀ ଆହତ ହୋଇଛନ୍ତି । ବିମାନକୁ ମିନିୟାପୋଲିସ ସେଣ୍ଟ ପଲ ଇଣ୍ଟରନ୍ୟାସନାଲ ବିମାନବନ୍ଦରରେ ଜରୁରୀ ଅବତରଣ କରାଯାଇଛି । ସେଠାରେ ଯାତ୍ରୀଙ୍କୁ ଚିକିତ୍ସା କରାଯାଉଛି ।
ଅରଲାଣ୍ଡୋ ଅନ୍ତର୍ଜାତୀୟ ବିମାନବନ୍ଦରରେ ଡେଲ୍ଟା ଏୟାର ଲାଇନ୍ସର ଏକ ବିମାନରେ ହଠାତ ନିଆଁ ଲାଗିଯାଇଥିଲା । ବିମାନଟି ଆଟଲାଣ୍ଟା ଅଭିମୁଖେ ଯାଉଥିଲା। ନିଆଁ ଲାଗିବା ଦେଖି ବିମାନରେ ଥିବା ଯାତ୍ରୀ ମାନେ ଭୟଭୀତ ହୋଇପଡିଥିଲେ । ଯାହା ଫଳରେ ଯାତ୍ରୀମାନଙ୍କୁ ଜରୁରୀକାଳୀନ ସ୍ଲାଇଡ୍ ମାଧ୍ୟମରେ ବାହାର କରାଯାଇଥିଲା ।
ସେହିପରି ୨୦୨୪ ମଇରେ ସିଙ୍ଗାପୁର ଏୟାରଲାଇନ୍ସର ଏକ ବିମାନରେ ଟର୍ବୁଲାନ୍ସ ଯୋଗୁଁ ଜଣେ ବ୍ୟକ୍ତିଙ୍କର ଜୀବନ ଚାଲିଯାଇଥିଲା । ଏଥିରେ ୩୦ ଜଣ ଆହତ ହୋଇଥିଲେ । ଏଥିରେ ୨୧୧ ଜଣ ଯାତ୍ରୀଙ୍କ ସହ ୧୮ ଜଣ କ୍ରୁ ସଦସ୍ୟ ଥିଲେ ।

