ରଙ୍ଗ ଦୋକାନରେ ଜମିଲାଣି ଗ୍ରାହକଙ୍କ ଭିଡ଼
ଆଉ ଦିନ କେଇଟା ପରେ ରଙ୍ଗର ପର୍ବ ହୋଲି । ସାତ ରଙ୍ଗରେ ରଙ୍ଗୀନ ହେବା ପାଇଁ ପ୍ରସ୍ତୁତ ହେଲେଣି ସମସ୍ତେ । ଧରାପୃଷ୍ଠ ରଙ୍ଗମୟ ହୋଇ ଉଠିବ ସେଥିପାଇଁ ରଙ୍ଗ ବ୍ୟବସାୟ ମଧ୍ୟ ଜମି ଆସିଲାଣି । ସାଲେପୁର ଅଞ୍ଚଳରେ ଭଳିକି ଭଳି ରଙ୍ଗ ଦୋକାନରେ ଗ୍ରାହକମାନଙ୍କ ଭିଡ଼ ଆରମ୍ଭ ହେବାକୁ ଲାଗିଲାଣି ।ଅନ୍ୟପଟେ ରାସାୟନିକ ରଙ୍ଗର ଚାହିଦା କମିଥିବା ବେଳେ ଏବେ ହର୍ବାଲ ରଙ୍ଗ ପ୍ରତି ଗ୍ରାହକମାନଙ୍କର ଆକୃଷ୍ଟ ବଢୁଛି । ରାସାୟନିକ ରଙ୍ଗକୁ ବାଦ ଦେଇ ସମସ୍ତେ ହର୍ବାଲ ରଙ୍ଗ ବ୍ୟବହାର କରନ୍ତୁ ବୋଲି କୁହାଯାଉଛି । ଏହି ଦୋଳ ଏବଂ ହୋଲି ପର୍ବ ପାଇଁ ରଙ୍ଗ ବ୍ୟବସାୟ ପୁରା ଚଳଚଞ୍ଚଳ ହୋଇ ଉଠିଛି । ରଙ୍ଗ ଦୋକାନରେ ଭିଡ଼ ଜମେଇଲେଣି ପିଲା ଠାରୁ ବୁଢ଼ା । ହୋଲି ପାଇଁ ହୋଲେସେଲ୍ ଓ ରିଟେଲ ବ୍ୟବସାୟ କରୁଥିବା ସାଲେପୁରର ରଙ୍ଗ ବ୍ୟବସାୟୀମାନେ ବେଶ୍ ଉତ୍ସାହିତ ଅଛନ୍ତି । ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଚଳିତ ବର୍ଷ ଏହି ରଙ୍ଗର ପର୍ବ ହୋଲି ସମସ୍ତଙ୍କ ପାଇଁ ହସ ଖୁସି ଆଣି ଦେଉ ।

