ଘରେ ନିଆଁ ଲାଗି ମା ଝିଅ ଜୀବନ୍ତ ଦଗ୍ଧ : ସମ୍ପତ୍ତି ପାଇଁ ହତ୍ୟା ଅଭିଯୋଗ
ସମ୍ବଲପୁର ମାନେଶ୍ଵର ହାଟପଦା ଗାଁରେ ଵୃଦ୍ଧା ମାଆ ଓ ଝିଅଙ୍କୁ ପୁଅ ଜାଳିଦେଇଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗ ଆଣିଛନ୍ତି ମୃତ ବୃଦ୍ଧାଙ୍କ ସାନ ଭଉଣୀ । ୯୦ ବର୍ଷୀୟ ଵୃଦ୍ଧା ସ୍ନେହଲତା ଦୀକ୍ଷିତ ଓ ତାଙ୍କ ୬୨ ବର୍ଷୀୟ ଝିଅ ସୈରେନ୍ଦ୍ରୀ ଦୀକ୍ଷିତଙ୍କି ସମ୍ପତ୍ତି ଲୋଭରେ ପୋଡ଼ି ମାରିଦେଇଥିବା ଅଭିଯୋଗ ଆଣିଛନ୍ତି ମୃତ ସ୍ନେହଲତାଙ୍କ ସାନ ଝିଅ ଇନ୍ଦ୍ରାଣୀ ପୁରୋହିତ ।ମଙ୍ଗଳବାର ରାତି ପ୍ରାୟ ୧୦ଟା ରୁ ୧୧ ଟା ମଧ୍ଯରେ ସ୍ନେହଲତାଙ୍କ ଉପର ମହଲା ଘରେ ନିଆଁ ଜଳୁଥିବା କିଛି ଲୋକ ଦେଖି ତାଙ୍କ ପୁଅଙ୍କୁ ଫୋନ କରିଥିଲେ । ଏନେଇ ତୁରନ୍ତ ପୋଲିସକୁ ଫୋନ ସହ ନିଆଁ ଲିଭାଇବା ପାଇଁ ଚେଷ୍ଟା କରିଥିଲେ । ପୋଲିସ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚି ପ୍ରଥମେ ନିଆଁକୁ ଆୟତ୍ତ କରିଥିଲା । ସେତେବେଳକୁ ସ୍ନେହଲତା ଓ ସୈରେନ୍ଦ୍ରୀଙ୍କ ମୃତ୍ୟୁ ହୋଇ ସାରିଥିଲା । ପଡ଼ୋଶୀ ସ୍ନେହଲତାଙ୍କ ସାନ ଝିଅ ଇନ୍ଦ୍ରାଣୀଙ୍କୁ ଫୋନ କରି ଡାକିଥିଲେ । ଇନ୍ଦ୍ରାଣୀ ଘଟଣାସ୍ଥଳରେ ପହଞ୍ଚି ଅଭିଯୋଗ ଆଣିଥିଲେ ଏହା ହତ୍ୟାକାଣ୍ଡ । ଆଉ ତାଙ୍କ ଭାଇ ଚତୁରତାର ସହ ଏହା ଘଟାଇଛନ୍ତି । ସମ୍ପତ୍ତି ପାଇଁ ଦୀର୍ଘ ଦିନରୁ ଚାଲିଥିଲା ପରିବାର ମଧ୍ଯରେ ଗଣ୍ଡଗଳ । ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ ର ତଦନ୍ତ ଆରମ୍ଭ କରିଛି ।
