ରାଜ୍ୟ

ହାତୀଙ୍କ ସୁରକ୍ଷା ପାଇଁ ଅଧିକ ଜଙ୍ଗଲ ସୃଷ୍ଟି କରିବେ ସରକାର

Spread the love

ରାଜ୍ୟରେ ଜଙ୍ଗଲ ତୁଳନାରେ ଅଧିକ ହାତୀ ଅଛନ୍ତି । ତେଣୁ ବନବିଭାଗ ଅଧିକ ଜଙ୍ଗଲ ସୃଷ୍ଟି କରିବ ବୋଲି କହିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ । ବର୍ତ୍ତମାନ କେତେ ପରିମାଣରେ ଜଙ୍ଗଲ ରହିଛି, ଆଉ କେତେ ଆବଶ୍ୟକ ରହିଛି ତାହାର ଅନୁଧ୍ୟାନ ଚାଲିଛି । ସମସ୍ତ ବିଶେଷଜ୍ଞଙ୍କ ସହ ଆଲୋଚନା କରି ପଦକ୍ଷେପ ନିଆଯିବ।ହେନ୍ତାଳ ବଣଠୁ ନେଇ ଗ୍ରାମ୍ୟ ଜଙ୍ଗଲ ବଢାଇବା ପାଇଁ ସରକାର ପଦକ୍ଷେପ ନେବେ।ଏଥିରେ ସାଧାରଣ ଲୋକଙ୍କୁ ମଧ୍ୟ ସାମିଲ କରାଯିବ । ଅଧିକ ଜଙ୍ଗଲ ସୃଷ୍ଟି ପାଇଁ ସାଧାରଣ ଲୋକଙ୍କୁ ପ୍ରୋତ୍ସାହାନ ରାଶି ଯୋଗାଇଦେବାକୁ ସରକାର ନିଷ୍ପତ୍ତି ନେଉଛନ୍ତି।

Leave a Reply

Your email address will not be published. Required fields are marked *