ଦିଗପହଣ୍ଡିରେ ଘର ଉପରକୁ ବୋମାମାଡ଼
ଗତକାଲି ବିଳମ୍ବିତ ରାତିରେ ୨ଟି ବୋମାମାଡ଼ ହୋଇଥିବା ସୂଚନା ମିଳିଛି । କେନାଲ ସାହି ରାଜେନ୍ଦ୍ର ସେଠୀଙ୍କ ଘରେ ବୋମା ମାଡ଼ କରି ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ । ତେବେ କାହାର କୌଣସି କ୍ଷତି ହୋଇନାହିଁ। ବୋମାମାଡ଼ର କାରଣ ଅସ୍ପଷ୍ଟ ହୋଇଥିବା ବେଳେ ପୋଲିସର ମୁଣ୍ଡ ବିନ୍ଧା ପାଲଟିଛି ହାତ ତିଆରି ବୋମା ।ଲଗାତାର ପୋଲିସକୁ ଚାଲେଞ୍ଜ କରି ଫୁଟୁଛି ହାତ ତିଆରି ବୋମା । ତେବେ କାହାର କୌଣସି କ୍ଷତି ହୋଇ ନାହିଁ । କିଏ ଓ କାହିଁକି ବୋମାମାଡ଼ କଲା କାରଣ ଅସ୍ପଷ୍ଟ ରହିଛି।
