ରାଶିଫଳ

ଦୈନିକ ରାଶିଫଳ

Spread the love

ମେଷ : ପରିବାରର ବ୍ୟୟ ଭରଣା ସକାଶେ ବ୍ୟସ୍ତତା ବଢ଼ିଯାଇପାରେ । କାମର ଚାପ ବଢ଼ିବା କାରଣରୁ ଘରକଥା ବୁଝିବାକୁ ସମୟ ପାଇବେ ନାହିଁ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ନିକଟରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ ସାଧନ କରିପାରନ୍ତି । ମନୋରଞ୍ଜନରେ ରୁଚି ବଳିବ ଓ ଖୁସି ରହିବେ ।

ବୃଷ : ଆଜି ମିଠା କଥାରେ ଅନ୍ୟକୁ ଆପଣେଇନେବାରେ ସମର୍ଥ ହେବେ । ପାରିବାରିକ କାରଣରୁ କଳହଜନିତ ମାନସିକ ଅସ୍ଥିରତା ଲାଗି ରହିବ । ଘରର ଅଟକି ରହିଥିବା କାମକୁ ଯଥାଶୀଘ୍ର ଶେଷ କରିବା ସକାଶେ ଚିନ୍ତା କରିପାରନ୍ତି । ସଭାସମିତି, ସଙ୍ଗୀତ, ଚଳଚ୍ଚିତ୍ର ଓ ସାଂସ୍କୃତିକ କାର୍ଯ୍ୟରେ ଅଗ୍ରଗତି ଘଟିବ ।

ମିଥୁନ : ସନ୍ତାନଙ୍କ ଶିକ୍ଷା, ବନ୍ଧୁ ସମ୍ପର୍କ ଏବଂ ଗୁରୁତ୍ୱପୂର୍ଣ୍ଣ ଆଲୋଚନାରୁ ଉପକୃତ ହେବେ । ଭାବପ୍ରବଣତା କାରଣରୁ ଅଧିକାଂଶ ସମୟ ତର୍କ ବିତର୍କଜନିତ ଅସ୍ଥିରତା ଲାଗି ରହିବ । ପଦସ୍ଥ ବ୍ୟକ୍ତିଙ୍କ ସାହାଯ୍ୟ ଓ ବନ୍ଧୁ ମିଳନରୁ ଉତ୍ସାହିତ ହେବେ । ପାରିବାରିକ ସମସ୍ୟା ସମାଧାନ କରିବା ସକାଶେ ଚେଷ୍ଟିତ ହୋଇପାରନ୍ତି ।

କର୍କଟ : ଆଜି ସ୍ବାସ୍ଥ୍ୟ ସମସ୍ୟା ମନକୁ ଭାରାକ୍ରାନ୍ତ କରିବ କିନ୍ତୁ ଆର୍ଥିକ ଅଭିବୃଦ୍ଧି ନିରୁପଦ୍ରବ ରହିବ । କର୍ମାରମ୍ଭରେ ଉତ୍ସାହିତ ହେବେ ଓ ସଫଳତା ହାସଲ କରିପାରନ୍ତି । ସହକର୍ମୀଙ୍କ ସହ ଆଲୋଚନାରୁ ସନ୍ତୋଷ ପାଇବେ । ନିଜ ପରିସରର ବ୍ୟକ୍ତିଙ୍କ ଆହ୍ବାନ କ୍ରମେ ଆନୁଷ୍ଠାନିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି ।

ସିଂହ : ସ୍ବାସ୍ଥ୍ୟହାନି ଓ ମାନସିକ ଅଶାନ୍ତିରେ ଅତିଷ୍ଠ ହୋଇପାରନ୍ତି । ବାକ୍‌ ଅସଂଯମତା ଯୋଗୁ ବନ୍ଧୁଙ୍କ ସହ ସୁସମ୍ପର୍କ ବ୍ୟାହତ ହୋଇପାରେ । କର୍ମକ୍ଷେତ୍ରରେ ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁ ମିଳନରୁ ଉତ୍ସାହିତ ହେବେ । ଆନୁଷ୍ଠାନିକ କ୍ଷେତ୍ରରେ ଅସ୍ଥିରତା ସୃୃଷ୍ଟି ହେବାର ସମ୍ଭାବନା ରହିଛି ।

କନ୍ୟା : ସମ୍ପର୍କୀୟ ମାନଙ୍କ ସହ ଦ୍ୱନ୍ଦ୍ୱଯୁକ୍ତ ବାକ୍ୟାଳାପ କରିପାରନ୍ତି । ବକେୟା ଅର୍ଥ ଆଦାୟ କରିବାରେ ବିଭିନ୍ନ କୌଶଳ ଅବଲମ୍ବନ କରିବାକୁ ପଡ଼ିପାରେ । କେତେକ କ୍ଷେତ୍ରରେ ସ୍ନାୟବିକ ଦୁର୍ବଳତା ବିସ୍ମରଣର କାରଣ ହେବ । ବନ୍ଧୁଙ୍କ ସହାୟତାରେ ଖୋଜୁଥିବା ଜିନିଷ ହଠାତ୍‌ ପାଇଯିବେ ଓ ଖୁସି ହେବେ ।

ତୁଳା : ଖୁସି ମନରେ କାମ କରିବେ । ଯାହା ଚିନ୍ତା କରିଥିବେ ତାହାକୁ କାର୍ଯ୍ୟରେ ପରିଣତ କରିବେ । ବନ୍ଧୁଙ୍କ ସାହାଯ୍ୟ ଲାଭ କରି ଆର୍ଥିକ ସମସ୍ୟା ଦୂର ହୋଇଯିବ । ପ୍ରଶାସନିକ ସ୍ତରରେ କଠୋର ବାକ୍ୟାଳାପ କାରଣରୁ ଅଧସ୍ତନ କର୍ମଚାରୀଙ୍କଠାରୁ ଆସ୍ଥା ହରାଇପାରନ୍ତି ।

ବିଛା : ଦୃଷ୍ଟିଜନିତ କ୍ରନିକ୍‌ ରୋଗର ପୀଡ଼ା ଅନୁଭବ କରିବେ । ପାରିବାରିକ ଜୀବନରେ କେତେକ ବ୍ୟତିକ୍ରମ ରହିଥିଲେ ମଧ୍ୟ ବିଶେଷ କିଛି ଅସୁବିଧା ହେବ ନାହିଁ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଅଭୂତପୂର୍ବ ସଫଳତା ହାସଲ କରିବେ । ମାନସିକ ଅବସାଦ ଯୋଗୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ ।

ଧନୁ : କୌଣସି କ୍ଷେତ୍ରରେ ତରବର ନ ହୋଇ ସତର୍କତାର ସହ କାମ କରିବା ଭଲ । ଅନ୍ୟମାନଙ୍କ କଥା ରକ୍ଷା କରିବାକୁ ଇଚ୍ଛା ନ ଥାଇ ମଧ୍ୟ ବନ୍ଧୁ ଦ୍ୱାରକୁ ଯିବାକୁ ପଡ଼ିପାରେ । ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ ଓ ଦୂରଯାତ୍ରା କରିବେ । ସ୍ବାର୍ଥକୁ କେନ୍ଦ୍ରକରି ନିଜ ଲୋକଙ୍କଠାରୁ ସମ୍ପର୍କ ହରାଇପାରନ୍ତି ।

ମକର : ପ୍ରତ୍ୟେକ କ୍ଷେତ୍ରରେ ଜୟଯୁକ୍ତ ହେବେ । ବିଭିନ୍ନ ସମସ୍ୟା ବିଜଡିତ ରହିବା ହେତୁ ଠିକ୍‌ ନିଷ୍ପତ୍ତି ନେବାରେ ସମସ୍ୟା ଦେଖାଦେବ । ବନ୍ଧୁମାନଙ୍କ ଜରିଆରେ ବାକି ପଡ଼ିଥିବା ଟଙ୍କା ଆଦାୟ ପାଇଁ ଅନୁକୂଳ ସୁ୍‌ଯୋଗ ସୃଷ୍ଟି ହେବ । ପରିବହନ, ବ୍ୟବସାୟ ଓ ବାଣିଜ୍ୟରେ ଉନ୍ନତି ଘଟିବ ।

କୁମ୍ଭ : ଧନଭାବସ୍ଥ ଗୁରୁ ବୈଷୟିକ ଅବିବୃଦ୍ଧି ସାଙ୍ଗକୁ ସଭାସମିତିରେ ପ୍ରଶଂସିତ ହେବେ । କର୍ମକ୍ଷେତ୍ରରେ ଆଜି ସଫଳତା ପାଇବେ କିନ୍ତୁ ଏଥିପାଇଁ ବହୁତ ମେହନତ କରିବାକୁ ପଡ଼ିବ । କ୍ରୀଡ଼ା, ଚଳଚ୍ଚିତ୍ର, କଳା, ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ସଫଳତା ଅର୍ଜନ କରିବେ । ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ମିଳିବ ।

ମୀନ : ବିବାଦୀୟ ଚିନ୍ତାଧାରା ଜନିତ କୌଣସି କାର୍ଯ୍ୟରେ ସଫଳତା ପାଇବେ ନାହିଁ । ସକାଳୁ ଭ୍ରମଣ ସକାଶେ ମନ ବଳାଇବେ ଓ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି । ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି କଳହ ସୃଷ୍ଟି ହେବ । କେତେକ ମିଥ୍ୟାଭିଯୋଗକୁ କେନ୍ଦ୍ରକରି କିମ୍ବା ପୁତ୍ରକନ୍ୟାଙ୍କ ହେତୁକ କେତେକ ସମସ୍ୟାକୁ ନେଇ ଚିନ୍ତିତ ହେବେ ।

Leave a Reply

Your email address will not be published. Required fields are marked *