ବୌଦ୍ଧ ମାଧପୁର ରେଞ୍ଜରେ ମହାବଳ ବାଘ ଆତଙ୍କ
ବୌଦ୍ଧ ମାଧପୁର ରେଞ୍ଜରେ ବାଘ ଆତଙ୍କ । ମାଧପୁର ରେଞ୍ଜ ବାରିଙ୍ଗ ବିଟ ଜଗା ତାଇଲା ନିକଟରେ ବାଘଟି ବୁଲିଥିବା ନଜର ଆସିଛି। ସେହି ରାସ୍ତା ଦେଇ ଯାଉଥିବା ଜଣେ ବ୍ୟକ୍ତି ମାସେ ତଳେ ବାଘକୁ ଦେଖି ତାର ଫଟୋ ଉଠାଇଥିଲେ। ଗତକାଲି ଏହି ଫଟୋଟି ଭାଇରାଲ ହୋଇଛି। ଗାଁ ନିକଟରେ ମହାବଳ ବୁଲୁଥିବାରୁ ବାରିଙ୍ଗ ଗାଁ ଲୋକେ ଆତଙ୍କିତ ହୋଇ ରହିଛନ୍ତି।ବାଘର ଫଟୋ ଦେଖିବା ପରେ ବାରିଙ୍ଗ ଗ୍ରାମବାସୀ ଭୟଭୀତ ହୋଇଯାଇଛନ୍ତି । ସେମାନେ ବନ ବିଭାଗକୁ ବାଘକୁ ଧରିବା ଏବଂ ସେମାନଙ୍କ ସୁରକ୍ଷା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି ।

