ଅନୁଗୁଳ ଆଲୁମିନିୟମ ପାର୍କ ନିକଟରେ ରାସ୍ତା ପାର ହେଉଛନ୍ତି ହାତୀ ପଲ
ଅନୁଗୁଳ ଆଲୁମିନିୟମ ପାର୍କ ନିକଟରେ ରାସ୍ତା ପାର ହେଉଛନ୍ତି ଏକାସଙ୍ଗେ ୪୦ ହାତୀ ପଲ । ଏକାସଙ୍ଗେ ୪୦ ହାତୀଙ୍କୁ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇପଡିଛନ୍ତି। ହାତୀ ପଲ ରାସ୍ତା ଉପରେ ଥିବାରୁ କିଛି ସମୟ ପାଇଁ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।ହାତୀପଲଙ୍କ ଯୋଗୁଁ ଲୋକଙ୍କ ଜୀବନ ଜୀବିକା ସବୁ ଉଜୁଡି ଯାଉଛି । ଗାଁ ପାଖରେ ହାତୀ ପଲ ଥିବାରୁ ଅଞ୍ଚଳବାସୀ ଆତଙ୍କିତ ହୋଇ ରହିଛନ୍ତି। ହାତୀ ପଲଙ୍କ ଉପରେ ନଜର ରଖିଛି ବନ ବିଭାଗ ।

