ରାଜ୍ୟ

ଆରପାରିରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନ

Spread the love

ଦିଲ୍ଲୀରେ ୮୩ ବର୍ଷ ବୟସରେ  ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନ ଦିଲ୍ଲୀ ଏମସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ।  କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାପା ଦେବେନ୍ଦ୍ର ପ୍ରଧାନ ।  ଦେବେନ୍ଦ୍ର ପ୍ରଧାନ ଦୁଇ ଥରର ସାଂସଦ ।୧୯୯୮ ଓ ୧୯୯୯ରେ ଦେବଗଡ଼ରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ଦ୍ବିତୀୟ ଥର ସାଂସଦ ଥିବା ସମୟରେ ବାଜପେୟୀଙ୍କ ସରକାରରେ ମନ୍ତ୍ରୀ ଥିଲେ  ।  ସେ ସଡ଼କ ପରିବହନ ଓ କୃଷି ରାଷ୍ଟ୍ରମନ୍ତ୍ରୀ ଥିଲେ।  ଓଡ଼ିଶା ବିଜେପିର ପ୍ରମୁଖ ଚେହେରା ଥିଲେ । ଏହାସହ ୨୦୦୧ରୁ ୨୦୦୨ ମଧ୍ୟରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦାୟିତ୍ବରେ ମଧ୍ୟ ରହିଥିଲେ ।

Leave a Reply

Your email address will not be published. Required fields are marked *