ରାଜ୍ୟ

ବାହାଘର ଭାଙ୍ଗିବାରୁ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ

Spread the love

ବିବାହ ପ୍ରସ୍ତାବ ଭାଙ୍ଗିବା ପରେ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଓ ଖଣ୍ଡା ଧରି ଧମକ ଦେବାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରଲ ।  ବ୍ରହ୍ମପୁର ଟାଉନ ଥାନା ଅନ୍ତର୍ଗତ ଗେଟ୍ ବଜାର ରାଧାକୃଷ୍ଣ ସାହିରେ ଘଟଣା ଦେଖିବାକୁ ମିଳିଛି ।ବିବାହ ପ୍ରସ୍ତାବ ଭାଙ୍ଗିବା ପରେ ଝିଅ ଘର ଲୋକେ ପୁଅ ଘର ଲୋକଙ୍କୁ କ୍ଷତିପୂରଣ ବାବଦକୁ ଟଙ୍କା ମାଗିଥିଲେ ।ଏଥିପାଇଁ ଗଣ୍ଡଗୋଳ ସୃଷ୍ଟି ହୋଇଥିବା ଜଣାପଡିଛି |ହିଞ୍ଜିଳିସାରୁ ଗାଁର କାହ୍ନା ଡାକୁଆ ଓ ରାଧାକୃଷ୍ଣ ସାହିର କାହ୍ନୁ ଡାକୁଆକୁ ଗିରଫ କରିଛି ଟାଉନ ଥାନା ପୋଲିସ ।

Leave a Reply

Your email address will not be published. Required fields are marked *