ଦେଶ ବିଦେଶ

ଇତିହାସରେ ସାଉଦି ଆରବରେ ପ୍ରଥମ ତୁଷାରପାତ

Spread the love

ଇତିହାସରେ ପ୍ରଥମ ଥର ସାଉଦି ଆରବରେ ପଡ଼ିଛି ବରଫ ।  ମରୁଭୂମି ପାଇଁ ବିଶ୍ୱ ବିଖ୍ୟାତ ସାଉଦି ଆରବର କିଛି ଭାଗରେ ପ୍ରବଳ ବର୍ଷା ସାଙ୍ଗକୁ ତୁଷାରପାତ ଦେଖିବାକୁ ମିଳିଛି । ଅଲ୍-ଜୌଫ୍ ଅଞ୍ଚଳରେ ପ୍ରବଳ ତୁଷାରପାତ ଯୋଗୁ ଦେଶରେ ଏକ ଶୀତକାଳୀନ ୱଣ୍ଡରଲ୍ୟାଣ୍ଡ ସୃଷ୍ଟି ହୋଇଛି । ଅଞ୍ଚଳରେ ହୋଇଥିବା ପ୍ରବଳ ବର୍ଷା ଏବଂ କୁଆପଥର ବୃଷ୍ଟି ପରେ ଏହି ଅଦ୍ଭୁତପୂର୍ବ ଦୃଶ୍ୟ ଦେଖାଯାଇଛି । ସାଉଦି ଆରବ ପାଣିପାଗ ବିଭାଗ ଆଗାମୀ ଦିନରେ ଖରାପ ପାଣିପାଗର ଚେତାବନୀ ଜାରି କରିଛି । ଅଲ୍-ଜୌଫର ଅଧିକାଂଶ ଭାଗରେ ଝଡ଼ର ଆଶଙ୍କା କରାଯାଇଛି ।ପୂର୍ବାନୁମାନ ଅନୁସାରେ, ଆଗାମୀ ଦିନରେ ପ୍ରବଳ ବର୍ଷା ଏବଂ କୁଆପଥ ବୃଷ୍ଟି ଯୋଗୁ ଭିଜିବିଲିଟି କମ୍ ହୋଇପାରେ । ଝଡ଼ ସହିତ ପ୍ରବଳ ବେଗରେ ପବନ ମଧ୍ୟ ବହିବାର ସମ୍ଭାବନା ରହିଛି । ତେଣୁ ଅଧିକାରୀମାନଙ୍କୁ ସାବଧାନତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *