ଆଜିର ରାଶିଫଳ
ମେଷ : ନିଜ ଲୋକମାନଙ୍କର ଭୁଲ୍ ଧାରଣା ବୃଦ୍ଧିପାଇ କଳହର ରୂପ ନେଇପାରେ । ଆଜି ଆପଣ ଘର କାମ ଛାଡି ବାହାର କାମରେ ବେଶି ସମୟ କଟାଇବେ । ବନ୍ଧୁଙ୍କ ସହାୟତାରେ ଅପେକ୍ଷା କରିଥିବା ଖବରଟି ମଧ୍ୟାହ୍ନପରେ ପାଇପାରନ୍ତି ।
ବୃଷ : ଆଜି ଆପଣଙ୍କ ପାଇଁ ଦିନଟି ଭଲରେ କଟିବ ।ପାରିବାରିକ ସମସ୍ୟାକୁ ସୁଧାରି ନେବାରେ ବନ୍ଧୁ ସାହାଯ୍ୟ କରିବେ । ବାଦାନୁବାଦ କାରଣରୁ କର୍ମକ୍ଷେତ୍ର ଅସ୍ଥିରତାପୂର୍ଣ୍ଣ ରହିବ ।
ମିଥୁନ : ସ୍ବାସ୍ଥ୍ୟ ସମସ୍ୟା ଥିଲେ ଆଜି ସୁଧୁରିଯିବ । କୃତି ଓ କୃତିତ୍ୱ ଜନିତ ଆପଣଙ୍କ ଲୋକପ୍ରିୟତାରୁ ମିତ୍ରମାନେ ଇର୍ଷାପରାୟଣ ହୋଇପାରନ୍ତି । ବନ୍ଧୁ ଓ ପରିଜନଙ୍କ ସହିତ ମାତ୍ରାଧିକ ଭ୍ରମଣ ଯୋଗୁଁ କ୍ଳାନ୍ତି ଅନୁଭବ କରିବେ ।
କର୍କଟ : ଆଜି ଆର୍ଥିକ ସ୍ଥିତି ବହୁତ ମଜ୍ବୁତ୍ ରହିବ ।ପ୍ରତ୍ୟେକ କାମରେ ଆଗପଛ ବିଚାର କରି ହାତ ଦିଅନ୍ତୁ । ପାରଷ୍ପରିକ ବିବାଦ କାରଣରୁ ପାରିବାରିକ ଜୀବନରେ ଅନାଦର ପାଇପାରନ୍ତି ।
ସିଂହ : ସମସ୍ୟା ପିଛା ନଛାଡିଲେ ମଧ୍ୟ ଆପଣ ନୀରବ ନରହି ପ୍ରତିକାର ମୂଳକ ପଦ କ୍ଷେପ ନେଇପାରନ୍ତି । ଦୀର୍ଘଦିନରୁ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ । ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ସାମାନ୍ୟ ବିଳମ୍ବରେ ପାଇବେ ।
କନ୍ୟା : ଆଜି ଏହି ରାଶିର ଲୋକେ କିଛି ନୂଆ କାର୍ଯ୍ୟ ଆରମ୍ଭ କରିପାରନ୍ତି । କର୍ମକ୍ଷେତ୍ରରେ ସ୍ଥଗିତ କାମପାଇଁ ଅନ୍ୟକୁ କୈଫୟତ୍ ଦେବାକୁ ପଡିପାରେ । ଭୁଲ୍ ବୁଝାମଣା ଯୋଗୁ ପାରିବାରିକ କ୍ଷେତ୍ର ବିବାଦୀୟ ରହିବ ।
ତୁଳା : ଆଜି ମନକଥା ମନରେ ରଖି କାମ କରିଚାଲିବେ କିନ୍ତୁ ସୁଫଳ ଆଶା ଦୂର ହୋଇପାରେ । ଶତ୍ରୁ ମାନେ ଆଗରେ ନ ହେଲେ ମଧ୍ୟ ପଛରେ ଟୀକାଟିପ୍ପଣୀ ଦେଇପାରନ୍ତି ।
ବିଛା : ପାରିବାରିକ ସ୍ଥିତି ଓ କର୍ମକ୍ଷେତ୍ର ପ୍ରାୟତଃ ଭଲ ରହିବ । ଗତକାଲି ଠାରୁ ସମ୍ପୂର୍ଣ୍ଣ କରିବାକୁ ଭାବୁଥିବା କାମଟିକୁ ଆଜି ସନ୍ଧ୍ୟ୍ୟାସୁଦ୍ଧା ଶେଷ କରିପାରିବେନି । ସଂଗଠନ,ସଭାସମିତି ଓ ରାଜନୀତି କ୍ଷେତ୍ରରେ ଲୋକ ସମ୍ପର୍କ ବଢ଼ିବ ।
ଧନୁ : ଆଜି ଆପଣଙ୍କ ପାଇଁ ବେଶ ଖୁସିରେ କଟିବ । ସାଙ୍ଗମାନଙ୍କ ସହିତ ବାହାରକୁ ଯାଇପାରନ୍ତି । ସ୍ବାସ୍ଥ୍ୟ ନିୟନ୍ତ୍ରଣାଧୀନ ରହିବା ସଙ୍ଗକୁ ପଡୋଶୀଙ୍କଠାରୁ ଆର୍ଥିକ ସାହାଯ୍ୟ ପାଇ ଖୁସି ହେବେ । ମଙ୍ଗଳଙ୍କ ଶୁଭ ପ୍ରଭାବରୁ ପାରିବାରିିକ ପରିସ୍ଥିତି ପୂର୍ବପରି ରହିବ । ପଡୋଶୀଙ୍କ ସହାୟତାରେ ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି ।
ମକର : ସକାଳୁ ସକାଳୁ ଶୁଭଖବର ପାଇ ମନ ହାଲୁକା ହୋଇଯିବ । ପରିସ୍ଥିତିରେ ପଡି ବାଧ୍ୟରେ ଶେଷ ମୁହୁର୍ତରେ ନିଷ୍ପତି ପରିବର୍ତନ କରିପାରନ୍ତି । କଳା, ସାହିତ୍ୟ, ସଙ୍ଗୀତ ଓ କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିବେ ।
କୁମ୍ଭ : ଆର୍ଥିକ ସ୍ଥିତି ଭଲ ରହିବା ସହ ବନ୍ଧୁମିଳନରୁ ଖୁସି ରହିବେ । ଯାନ୍ତ୍ରିକ ତ୍ରୁଟି ଯୋଗୁ ଲକ୍ଷ୍ୟସ୍ଥଳରେ ପହଞ୍ଚିବାରେ ବିଳମ୍ବ ହୋଇପାରେ । ଶିକ୍ଷାରେ ଉନ୍ନତି, ସନ୍ତାନଙ୍କ ସମସ୍ୟାର ସମାଧାନ, ବ୍ୟବସାୟରୁ ଲାଭଜନିତ ମାନସିକ ସ୍ଥିତି ଭଲ ରହିବ ।
ମୀନ : ପାରିବାରିକ କ୍ଷେତ୍ରରେ ବୁଝାମଣା ଠିକ୍ ରହିବ । କୌଣସି ବିବାଦୀୟ ଘଟଣାରେ ଅପମାନିତ ହୋଇପାରନ୍ତି । ଆଜିର ଯାତ୍ରା, ବ୍ୟବସାୟ, ପରିବହନ, ଆନୁଷ୍ଠାନିକ କାମ ପାଇଁ ଅସୁବିଧା ରହିବ ନାହିଁ ।
