ଶୀତଦିନେ କିପରି ରୋକିବେ ଆଣ୍ଠୁ-ଗଣ୍ଠି ଯନ୍ତ୍ରଣା ?
ଆସିଗଲାଣି ଶୀତଦିନ। ଏହି ସମୟରେ ଅନେକ ସମସ୍ୟା ଉପୁଜେ। ହେଲେ ଅଧିକାଂଶ ଲୋକଙ୍କ ମଧ୍ୟରେ ଆଣ୍ଠୁଗଣ୍ଠି ଯନ୍ତ୍ରଣା ବେଶୀ ଦେଖିବାକୁ ମିଳେ।ଶୀତ ଦିନରେ ଧିର ଜୀବନଶୈଳୀ ବା ମାନ୍ଦା ଜୀବନଶୈଳୀ କାରଣରୁ ଏହିସବୁ ରୋଗ ହୋଇଥାଏ । ଏହା ସାଙ୍ଗକୁ ଶରୀରରେ ପେରିଫେରାଲ୍ ଅଞ୍ଚଳକୁ ରକ୍ତ ଯୋଗାଣ କମ୍ କମ୍ ହେବା କାରଣରୁ ମଧ୍ୟ ଗଣ୍ଠି ଏବଂ ଜଏଣ୍ଟ ପେନ୍ ଅଧିକ ହୋଇଥାଏ ।
ଶୀତଦିନେ ସକାଳୁ ସକାଳୁ ବ୍ୟାୟାମ କରିବା ଦ୍ୱାରା ଗଣ୍ଠି ସମସ୍ୟା ଶୀଘ୍ର ହ୍ରାସ ହୋଇଥାଏ । କାରଣ ବ୍ୟାୟାମ କରିବା ଯୋଗୁଁ ଶରୀରରେ ରକ୍ତ ସଞ୍ଚାଳନ ହୋଇଥାଏ । ଏହା ସହ ଗଣ୍ଠି ଯନ୍ତ୍ରଣାରୁ ମଧ୍ୟ ଉପଶମ ମିଳିଥାଏ । ଶୀତଦିନରେ ସାଧାରଣ ଭାବେ ସମସ୍ତେ ଗରମ ପାଣିରେ ଗାଧୋଇଥାନ୍ତି । ଖାଲି ଏତିକି ନୁହେଁ, ଗରମ ପାଣିରେ ସବୁ କାର୍ଯ୍ୟ କରିଥାନ୍ତି । ଯେମିତିକି ସକାଳୁ ଉଠିବା ପରେ ଗରମ ପାଣିରେ ମୁହଁ ଧୋଇବା ଠାରୁ ଆରମ୍ଭ କରି ରାତିରେ ଶୋଇବା ପୂର୍ବରୁ ମଧ୍ୟ ଗରମ ପାଣିରେ ଗୋଡ, ହାତ ଧୋଇହୋଇଥାନ୍ତି । ଏହା ସବୁ କାର୍ଯ୍ୟ କଲେ ଗଣ୍ଠି ଯନ୍ତ୍ରଣା କମ୍ ହୋଇଥାଏ ।
ହଳଦୀ, ଅଦା, ଲବଙ୍ଗ, ଘିଅ ଏବଂ ବ୍ଲାକ୍ ପେପର ଭଳି ଆଣ୍ଟି-ଇନଫ୍ଲାମେଟୋରୀ ଜିନିଷ ଖାଇବା ଦ୍ୱାରା ଗଣ୍ଠି ସମସ୍ୟା ଦୂର ହୋଇଥାଏ । ତେବେ ଶୀତଦିନେ ଏହି ସବୁ ଜିନିଷକୁ ଅନୁସରଣ କରିବା ନିହାତି ଆବଶ୍ୟକ ।
