ସ୍ୱାସ୍ଥ୍ୟ

ଜାଣନ୍ତୁ କେଶରର ଚମତ୍କାରୀ ଗୁଣ

Spread the love

କେଶର ମହିଳାମାନଙ୍କ ପାଇଁ ଖୁବ୍‌ ସ୍ୱାସ୍ଥ୍ୟପ୍ରଦ । ଦୁଧ ସହ କେଶର ମିଶାଇ ପିଇବା ସ୍ୱାସ୍ଥ୍ୟ ପାଇଁ ବେଶ୍‌ ହିତକର । ଋତୁସ୍ରାବ ସମୟରେ ହେଉଥିବା ସମସ୍ୟାରୁ ଆରାମ ଦେବା ସହ ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ କେଶରଯୁକ୍ତ ଦୁଗ୍ଧ । ସେହିପରି କେଶରଯୁକ୍ତ ଦୁଧ ଥକ୍କାପଣ ଓ ଚିନ୍ତାରୁ ମଧ୍ୟ ଦୂରେଇ ଥାଏ । ଫଳରେ ରାତିରେ ଭଲ ନିଦ ହୋଇଥାଏ ।

ଯଦି ଅଫିସର କୌଣସି ଚିନ୍ତା ଥାଏ, ତେବେ ଏହି ମିଶ୍ରଣ ପିଇବା ଦ୍ୱାରା ସୁଫଳ ମିଳିଥାଏ । କେଶର ଶରୀରକୁ ଗରମ କରିଥାଏ । ଫଳରେ ଶୀତଦିନେ ଥଣ୍ଡା ଓ ଜ୍ୱରଠାରୁ ଦୂରେଇ ରଖିଥାଏ । ସେଥିପାଇଁ ଶୀତଦିନେ କେଶରଯୁକ୍ତ ଦୁଗ୍ଧ ନିୟମିତ ପିଇପାରିବେ । ୩୦ ବର୍ଷ ପରେ ମହିଳାଙ୍କଠାରେ ହାଡ଼ଜନିତ ସମସ୍ୟା ଆରମ୍ଭ ହୋଇଥାଏ । ତେଣୁ ୩୦ ବର୍ଷ ହେବା ପରେ ନିୟମିତ ରାତିରେ ଶୋଇବା ପୂର୍ବରୁ କେଶର-ଦୁଗ୍ଧ ପିଇବା ଦ୍ୱାରା ଗଣ୍ଠି ଦରଜ କମ୍‌ ରହିଥାଏ । ସେହିପରି ଗର୍ଭାବସ୍ଥାରେ କେଶରଯୁକ୍ତ ଦୁଗ୍ଧ ପିଇବା ଦ୍ୱାରା ସେହି ସମୟରେ ହେଉଥିବା ପେଟର ବହୁ ସମସ୍ୟାରୁ ମୁକ୍ତି ମିଳିଥାଏ । ତା’ ସହ ପାଚନ କ୍ରିୟ।। ଠିକ୍‌ ରହିବା ସହ ଅନିଦ୍ରା ସମସ୍ୟା ଦୂର ହୋଇଥାଏ ।

ଦୁର୍ବଳତା ଦୂର କରିବା ସହ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ ।  ତ୍ୱଚାରେ ଚମକ୍‌ ଆଣିବା ସହ ହୃଦୟକୁ ସୁସ୍ଥ ରଖିଥାଏ । ପ୍ରସ୍ତୁତି  ଦୁଗ୍ଧକୁ ଭଲ ଭାବେ ଫୁଟାଇ ନିଅନ୍ତୁ । ଏବେ ସେହି ଫୁଟା ହୋଇଥିବା ଦୁଗ୍ଧକୁ ଏକ ଗ୍ଲାସ୍‌ରେ ରଖି ସେଥିରେ ୭/୮ ପାଖୁଡା କେଶର ପକାନ୍ତୁ । ଯଦି ଆବଶ୍ୟକ ତେବେ ହାଲ୍‌କା ଚିନି ପକାଇପାରନ୍ତି । କିନ୍ତୁ ଚିନି ନ ପକାଇଲେ ଭଲ । ଗର୍ଭାବସ୍ଥାରେ  କେଶର ଡାଏଟ୍‌ରେ ସାମିଲ୍‌ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନିଶ୍ଚୟ ନିଅନ୍ତୁ । ଗରମ ଦିନେ ଏହାର ସେବନ କମ୍‌ କମ୍ବା ଆଦୌ ନ କରିବା ଭଲ । ଙ୍କ ଏଲର୍ଜି ହେବାର ସମ୍ଭାବନା ରହିଛି ।

Leave a Reply

Your email address will not be published. Required fields are marked *