ସ୍ୱାସ୍ଥ୍ୟ

ଆଖି ଜଣାଏ ମଧୁମେହର ଲକ୍ଷଣ

Spread the love

ବର୍ତ୍ତମାନ ସମୟରେ ମଧୁମେହ ଓ ଉଚ୍ଚ ରକ୍ତଚାପ ସଭିଁଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ମଧୁମେହ ଶରୀରର ଅଙ୍ଗ ଉପରେ ଅନେକ ପ୍ରଭାବ ପକାଇଥାଏ । ଯେଉଁଥିରେ ଆଖି ମଧ୍ୟ ସାମିଲ ରହିଛି । ମଧୁମେହ କାରଣରୁ ଆଖିରେ ଅନେକ ପରିବର୍ତ୍ତନ ଦେଖା ଦେଇଥାଏ । ଆଖିରୁ ମିଳୁଥିବା ଏହି ସଙ୍କେତକୁ ଅଣଦେଖା କରନ୍ତୁ ନାହିଁ।

–ମଧୁମେହ କାରଣରୁ ଆଖି ମାଂସାପଶୀ ଓ ଶିରା ଉପରେ କୁପ୍ରଭାବ ପଡିଥାଏ । ଯାଦ୍ୱାରା ଆଖିକୁ ପରିଷ୍କାର ଦେଖା ନଯିବା କିମ୍ବା ଝାପସା ଦେଖାଯାଇଥାଏ ।
–ଅନେକ ସମୟରେ ଏହା ଅସ୍ଥାୟୀ ହୋଇଥିବା ବେଳେ କେତେକ ସମୟରେ ସ୍ଥାୟୀ ମଧ୍ୟ ହୋଇଥାଏ ।ହଠାତ୍‌ ଆଖିରେ ଯନ୍ତ୍ରଣା ହେବା, ଏହି ଯନ୍ତ୍ରଣା ଲାଗି ରହିବା, ଏହା ଆଖି ପାଇଁ କ୍ଷତିକାରକ ହୋଇଥାଏ।
–ଆଖିରେ କଳା ଦାଗ ସୃଷ୍ଟି ହେଉଥିଲେ ମଧ୍ୟ ଏହାକୁ ଅଣଦେଖା କରନ୍ତୁ ନାହିଁ ।
–କିଛି ସମୟ ଆଲୋକକୁ ଦେଖିବା ମାତ୍ରେ ଆଖିରେ ଅତ୍ୟନ୍ତ ଯନ୍ତ୍ରଣା ଅନୁଭବ ହେବା ।
–ମଧୁମେହ ହେବା କାରଣରୁ ରଙ୍ଗକୁ ଦେଖିବାର କ୍ଷମତା ହ୍ରାସ ପାଇଥାଏ । ଯେଉଁଥିରେ ରଙ୍ଗ ଫିକା ଦେଖାଯାଇଥାଏ ।
–ମଧୁମେହ ଆଖିକୁ ଶୁଷ୍କ କରିବା ସହ ଅଧିକାଂଶ ସମୟ କୁଣ୍ଡାଇ ହେବା ଭଳି ଅନୁଭବ ହୋଇଥାଏ ।
–ମଧୁମେହ କାରଣରୁ ଆଖି ମାଂସପେଶୀକୁ ଅଧିକ କାମ କରିବାକୁ ପଡିଥାଏ । ଫଳରେ ଆଖିରେ ଅଧିକ ଥକ୍କାପଣ ଓ ମୁଣ୍ଡ ବିନ୍ଧା ସମସ୍ୟା ଲାଗି ରହିଥାଏ ।
ଏସବୁ ମଧ୍ୟରୁ ଯେକୌଣସି ଗୋଟିଏ ଲକ୍ଷଣ ଦେଖାଗଲେ, ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ମଧୁମେହକୁ ନିୟନ୍ତ୍ରଣରେ ରଖିବା ପାଇଁ ନିୟମିତ ଆଖି ପରୀକ୍ଷା କରାନ୍ତୁ ।

Leave a Reply

Your email address will not be published. Required fields are marked *