ସ୍ୱାସ୍ଥ୍ୟ

ରାତିରେ ଅତ୍ୟଧିକ ଝାଳ ବାହାରୁଛି କି ?

Spread the love

ରାତିରେ ଶୋଇବା ସମୟରେ ଅନେକ ଲୋକଙ୍କର ଝାଳ ବାହାରିଥାଏ । କିନ୍ତୁ ଏମିତି କିଛି ଲୋକ ଅଛନ୍ତି ଯେଉଁ ମାନଙ୍କର ରାତିରେ ଅଧିକ ଝାଳ ବାହାରିଥାଏ । ଯଦି ଆପଣଙ୍କର ମଧ୍ୟ ରାତିରେ ଅତ୍ୟଧିକ ଝାଳ ବାହାରୁଛି କିମ୍ବା ଆପଣଙ୍କର ହଠାତ୍ ଓଜନ ହ୍ରାସ ହେଉଛି ତେବେ ଆପଣ ସତର୍କ ରହିବା ଆବଶ୍ୟକ|ଯଦି ଆପଣଙ୍କର ରାତିରେ ଅଧିକ ଝାଳ ବାହାରୁଛି କିମ୍ବା ଶୀଘ୍ର ଓଜନ ହ୍ରାସ ହେଉଛି ତେବେ ସାବଧାନ ହୋଇଯାଆନ୍ତୁ । ବେଳେବେଳେ ଏମିତି ଘଟିବା ସ୍ୱାଭାବିକ, କିନ୍ତୁ ଯଦି ଏହି ସମସ୍ୟା ବାରମ୍ବାର ହେଉଛି ତେବେ ଆପଣ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ, କାରଣ ଏହା ଲିମ୍ଫୋମାର ଲକ୍ଷଣ ହୋଇପାରେ, ଯାହା ଏକ ପ୍ରକାରର କ୍ୟାନ୍ସର ।

ଥଣ୍ଡା ଅଞ୍ଚଳରେ ରହୁଥିବା ଲୋକଙ୍କଠାରେ ମଧ୍ୟ ଏହି ସମସ୍ୟା ଦେଖାଦେଇପାରେ । କ୍ଳାନ୍ତ ଅନୁଭବ ନକରିବା ସତ୍ତ୍ୱେ ରାତିରେ ଅନେକ ଲୋକଙ୍କର ଅଧିକ ଝାଳ ବାହାରିଥାଏ । ଯଦି ଏଭଳି କିଛି ଘଟୁଛି ତେବେ ଏହାକୁ ଅଣଦେଖା କରିବା ବିପଜ୍ଜନକ ହୋଇପାରେ, କାରଣ ଏହା ଲିମ୍ଫୋମା କ୍ୟାନ୍ସର ହୋଇପାରେ, ଯାହା ଲିମ୍ଫୋସାଇଟ୍ ଅର୍ଥାତ RBC ଉପରେ ପ୍ରଭାବ ପକାଇଥାଏ ।

ଆମ ସମସ୍ତଙ୍କର ଶରୀରରେ ଏକ ଲିମ୍ଫାଟିକ୍ ସିଷ୍ଟମ୍ ଅଛି, ଯେଉଁଥିରେ ଲିମ୍ଫ ନୋଡସ୍ (Lymph nodes), Spleen , Thymus, Bone Marrow ରହିଥାଏ । ଏଠାରେ ବିଭିନ୍ନ ରକ୍ତ କଣିକା ସୃଷ୍ଟି ହୁଏ । ଅନେକ ପ୍ରକାରର ସଂକ୍ରମଣ ସହିତ ଲଢ଼ିବା ପାଇଁ ଏହି ବିନ୍ଦୁଗୁଡ଼ିକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏଥିମଧ୍ୟରୁ କୌଣସିରେ କ୍ୟାନ୍ସର ହେଲେ ତାକୁ ଲିମ୍ଫୋମା କୁହାଯାଏ ।

Leave a Reply

Your email address will not be published. Required fields are marked *