odisha

OSSSC ବିରୋଧରେ ଏକାଠି ହେଲେ ହଜାର ହଜାର ପରୀକ୍ଷାର୍ଥୀ । RI, ARI, ଅମିନ, ICDS ପରୀକ୍ଷା ବାତିଲ ଦାବିରେ ବିକ୍ଷୋଭ

Spread the love

ତ୍ରୁଟିପୂର୍ଣ୍ଣ ପରୀକ୍ଷା ଅଭିଯୋଗ ଆଣି OSSSC ବିରୋଧରେ ଏକାଠି ହେଲେ ହଜାର ହଜାର ପରୀକ୍ଷାର୍ଥୀ। ପରୀକ୍ଷା ବିଭ୍ରାଟକୁ ନେଇ ଭୁବନେଶ୍ବର ଲୋୟର ପିଏମଜି ଛକରେ ପରୀକ୍ଷାର୍ଥୀ ବିକ୍ଷୋଭ କରିଛନ୍ତି।ସରକାରୀ ଚାକିରି ଖଣ୍ଡିକ ଆଶାରେ ଥିବା ମଧ୍ୟବିତ୍ତ ପିଲାଙ୍କ ମଧ୍ୟରେ ବଢ଼ିଛି ଉତ୍ତେଜନା । ତେଜିଲା OSSSC ପରୀକ୍ଷା ନେଇ ଆଶାୟୀଙ୍କ ଅସନ୍ତୋଷ। ତ୍ରୁଟିପୂର୍ଣ୍ଣ ପରୀକ୍ଷା ଅଭିଯୋଗ ଆଣି OSSSC ବିରୋଧରେ ଏକାଠି ହେଲେ ହଜାର ହଜାର ପରୀକ୍ଷାର୍ଥୀ। ପରୀକ୍ଷା ବିଭ୍ରାଟକୁ ନେଇ ଭୁବନେଶ୍ବର ଲୋୟର ପିଏମଜି ଛକରେ ପରୀକ୍ଷାର୍ଥୀ ବିକ୍ଷୋଭ କରିଛନ୍ତି। RI, ARI, ଅମିନ, ICDS ପରୀକ୍ଷା ଆଦି ବାତିଲ ଦାବିରେ ବିକ୍ଷୋଭ କରିଛନ୍ତି ପରୀକ୍ଷାର୍ଥୀ। ବିଭ୍ରାଟରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।OSSSCର ନିଯୁକ୍ତି ପ୍ରକ୍ରିୟାରେ କେଳେଙ୍କାରୀ ଅଭିଯୋଗ ନୂଆ ନୁହେଁ । ଗତ ସେପଟେମ୍ବରରେ ସରକାରୀ ଚାକିରି ବିକ୍ରି ଅଭିଯୋଗ ଆଣି ଗର୍ଜିଥିଲେ ଫରେଷ୍ଟର, ଫରେଷ୍ଟ ଗାର୍ଡ ଓ ଲାଇଭଷ୍ଟକ ଇନସ୍ପେକ୍ଟର ପରୀକ୍ଷାର୍ଥୀ । ଆଉ ଏବେ RI ଅମିନ ପରୀକ୍ଷାରେ ବିଭ୍ରାଟ ସହ ଅନିୟମିତତା ଅଭିଯୋଗ ଉଠିଛି।୨୦୨୨ରେ ପେପର୍ ଲିକ୍ ବିବାଦରେ ଛନ୍ଦି ହୋଇଥିବା SIFY ଟେକ୍ନୋଲୋଜିକୁ ୨୦୨୩ରୁ ଏହି ପରୀକ୍ଷା ପରିଚାଳନା ଦାୟିତ୍ୱ ଦିଆଯିବା ସହ ରାଜ୍ୟର ଲକ୍ଷ ଲକ୍ଷ ପିଲାଙ୍କ ଭବିଷ୍ୟତକୁ ନେଇ ଖେଳ ଖେଳା ଯାଉଥିବା ଅଭିଯୋଗ ଉଠିଛି । ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ ମଧ୍ୟ ଏହାକୁ ନେଇ ଆପତ୍ତି ଉଠାଇଥିଲେ । ପରୀକ୍ଷା ପରିଚାଳନାରେ ଅନିୟମିତତା ଅଭିଯୋଗକୁ ନେଇ ଗତ କିଛିଦିନ ହେଲା ବିବାଦ ମୁଣ୍ଡ ଟେକିଥିବାବେଳେ OSSSC କର୍ତ୍ତୃପକ୍ଷ କାହିଁକି ନିଜ ଆଡୁ ମୁହଁ ଖୋଲୁନାହାଁନ୍ତି, ତାହା ସବୁଠୁ ବଡ଼ ପ୍ରଶ୍ନ ।

Leave a Reply

Your email address will not be published. Required fields are marked *