odisha

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

Spread the love

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  |ବିମାନବନ୍ଦରରେ ପହଞ୍ଚିବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଜ୍ୟପାଳ ଡ. ହରିବାବୁ କମ୍ଭମ୍‌ପାଟି , ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରମୁଖ ସ୍ବାଗତ କରିଛନ୍ତି ।  ଭୁବନେଶ୍ବରରୁ ସ୍ବତନ୍ତ୍ର ହେଲିକପ୍ଟରରେ କଣ୍ଟିଲୋ ଯାଉଛନ୍ତି ରାଷ୍ଟ୍ରପତି ।   ସେଠାରୁ PWD ଡାକ ବଙ୍ଗଳା ଯିବେ ।ଦିନ ୩ ଟା ୧୫ ରେ କଣ୍ଟିଲୋ ନୀଳମାଧଵ ମନ୍ଦିରରେ ପହଞ୍ଚିବେ ରାଷ୍ଟ୍ରପତି ।  ନୀଳ ମାଧବଙ୍କୁ ଦର୍ଶନ ପରେ ଶବରରାଜା ବିଶ୍ୱାବସୁଙ୍କ ଗାଁ କାଳିଆପଲ୍ଲୀ ଯିବେ ।  କାଳିଆପଲ୍ଲୀରେ ଶବର ସମାଜର ଯଜ୍ଞରେ ଆହୂତି ଦେଇ ଶବର ରାଜା ବିଶ୍ୱାବସୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ ।ଏହାପରେ ବିଶ୍ୱାବସୁଙ୍କ ତପସ୍ୟା ସ୍ଥଳକୁ ଯାଇ ଭୁବନେଶ୍ୱର ଫେରିଯିବାର କାର୍ଯ୍ୟକ୍ରମ ରହିଛି ।ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ନୟାଗଡ଼ରେ ୩୦ ପ୍ଲାଟୁନ ପୋଲିସ ଓ ଭୁବନେଶ୍ବରରେ ୧୨ ପ୍ଲାଟୁନ ପୋଲିସ ମୁତୟନ ହେବେ ।

Leave a Reply

Your email address will not be published. Required fields are marked *