ପଞ୍ଚଭୂତରେ ଲୀନ ହେଲେ ଅୟେଶକାନ୍ତ
ପଞ୍ଚଭୂତରେ ଲୀନ ହେଲା କଳିଙ୍ଗ ଟିଭିର କଣ୍ଡୁରୀ ଜେଜ ଅୟେଶକାନ୍ତ ସ୍ବାଇଁଙ୍କ ମରଶରୀର । ଗତକାଲି ୫୨ ବର୍ଷ ବୟସରେ ହୃଦଘାତରେ ଅୟେଶକାନ୍ତଙ୍କ ପରଲୋକ ହୋଇଥିଲା। ଏକ ନାଟକରେ ପରିବେଷଣ କରିବା ପାଇଁ ପୁରୀ ଯାଇଥିଲେ ଅୟେଶକାନ୍ତ । ରିହରସାଲ ବେଳେ ଡାଇଲଗ୍ କହୁ କହୁ ହଠାତ୍ ତଳେ ପଡ଼ିଯାଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ପୁରୀ ସଦର ଡାକ୍ତରଖାନାକୁ ନିଆଯାଇଥିଲାସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । କଳିଙ୍ଗ ଟିଭିର ସଚେତନତାମୂଳକ,ହାସ୍ୟରସାତ୍ମକ ଲୋକପ୍ରିୟ କାର୍ଯ୍ୟକ୍ରମ କଣ୍ଡୁରୀ ଜେଜର ମୁଖ୍ୟ କଳାକାର ଥଲେ ଅୟେଶକାନ୍ତ । ଦ୍ବେତ ଭୂମିକାର ଚିତ୍ତାକର୍ଷକ ଅଭିନୟ ଖୁବ କମ ଦିନରେ ତାଙ୍କୁ ଦର୍ଶକୀୟ ଆଦୃତି ଦେଇଥିଲା । କୋଭିଡ ସମୟର ‘କରୋନା ଜେଜ ଏବଂ ପରେ କଣ୍ଡୁରୀ ଜେଜ ଭାବରେ ନିୟମିତ କାର୍ଯ୍ୟକ୍ରମ କରି ଦର୍ଶକଙ୍କ ମନ ଜିଣି ଆସୁଥିଲେ ।

