odisha

ଆସନ୍ତା ମାସ ୫ ତାରିଖରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ଯାତ୍ରା ଓ ୯ ତାରିଖରେ ବାହୁଡା ଯାତ୍ରା ଅନୁଷ୍ଠିତ

Spread the love

ଶ୍ରୀଜିଉଙ୍କ  ଏହି ମହାନ ପରମ୍ପରା ନିମନ୍ତେ ବୁଧବାର ମନ୍ଦିର କାର୍ଯ୍ୟାଳୟ ପରିସରରେ ସେବାୟତ  ପ୍ରତିନିଧିମାନଙ୍କ ଉପସ୍ଥିତିରେ ନୀତି ନିର୍ଘଣ୍ଟ ପ୍ରସ୍ତାବ ରଖାଯାଇଛି । ଭୋର  ୫ଟାରୁ ସାଢେ ୫ଟା ମଧ୍ୟରେ ମଙ୍ଗଳ ଆଳତୀ  ଓ ଅବକାଶ, ସକାଳ ସାଢେ ୫ଟାରୁ ସାଢେ  ୬ଟା ମଧ୍ୟରେ ସାହାଣମେଲା ଦର୍ଶନ, ଛାମୁ  ପରିସ୍କାର ସକାଳ ୭ଟା, ସୂର୍ଯ୍ୟପୂଜା ୮ଟା,  ବହ୍ଲଭ ଓ ସକାଳଧୂପ ସକାଳ ୮ଟାରୁ ୯ଟା  ୧୫, ଭୁବନେଶ୍ୱରୀଙ୍କ ସକାଳ ଧୂପ ୯ଟା୪୫  ମଧ୍ୟେ, ଭୋଗ ମଣ୍ଡପ ୧୦ଟା ୪୫, ବେଶ  ଦିନ ୧୨ଟା, ଯାତ୍ରା ପୂଜା ସାଢେ ୧୨ଟା, ପହଣ୍ଡି  ସାଢେ ୧୨ରୁ ଦେଢଟା, ରଥରେ ପୂଜା ଅପରାହ୍ଣ  ସାଢେ ୩ଟା ଯାଏ ହେବ ।ବାହୁଡାରେ ସକାଳ ସାଢେ୬ଟା  ସୁଦ୍ଧା ମଙ୍ଗଳ ଆଳତୀ ଓ ଅବକାଶ ନୀତି  କରାଯାଇ ଅନ୍ୟାନ୍ୟ ନୀତି ଦିନ ସାଢେ ଗୋଟାଏ ମଧ୍ୟରେ ଶେଷ ହେବ । ସାଢେ ଗୋଟାଏରୁ  ୩ଟା ମଧ୍ୟରେ ପହଣ୍ଡି କରାଯାଇ ଅପରାହ୍ନ ଠିକ୍‌  ସାଢେ ୩ଟାରେ ରଥ ଟଣାଯିବ ।

Leave a Reply

Your email address will not be published. Required fields are marked *