ଦେଶ ବିଦେଶ

ଦକ୍ଷିଣ କୋରିଆର ୨୦ରୁ ଊର୍ଦ୍ଧ୍ବ ଜଙ୍ଗଲରେ ଲାଗିଛି ନିଆଁ

Spread the love

ଦକ୍ଷିଣ କୋରିଆର୨୦ରୁ ଅଧିକ ସ୍ଥାନର ଜଙ୍ଗଲ ଏବେ ନିଆଁ କବଳରେ ରହିଛି  ।  ଏଥିମଧ୍ୟରୁ ଦକ୍ଷିଣ-ପୂର୍ବ କୋରିଆ ଉପଦ୍ୱୀପରେ ବ୍ୟାପିଥିବା ନିଆଁ ପରିସ୍ଥିତିକୁ ଜଟିଳ କରିଛି । ଏହି ଭୟଙ୍କର ଅଗ୍ନିକାଣ୍ଡରେ ଦୁଇଜଣ ଅଗ୍ନିଶମ କର୍ମଚାରୀଙ୍କ ମୃତ୍ୟୁ ହୋଇଛି ।ନିଆଁ ଲିଭାଇବା ପାଇଁ ପ୍ରୟାସ କରୁଥିବା ଅଗ୍ନିଶମ କର୍ମଚାରୀ ଏବଂ ରିଲିଫ୍ କର୍ମୀମାନେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଏହି ସମୟରେ ପ୍ରବଳ ଧୂଆଁ ସହ ପ୍ରବଳ ପବନ ହେଉଥିବା ହେତୁ ନିଆଁକୁ ଶିଘ୍ର ବ୍ୟାପିବାରେ ସାହାଯ୍ୟ କରିଥିଲା । ଯାହା ଫଳରେ ଅଗ୍ନିଶମ କର୍ମଚାରୀମାନଙ୍କ ପାଇଁ ନିଆଁକୁ ନିୟନ୍ତ୍ରଣ କରିବା ଅତ୍ୟନ୍ତ କଷ୍ଟକର ହୋଇପଡୁଥିଲା ।

Leave a Reply

Your email address will not be published. Required fields are marked *