odisha

୨ ଘଣ୍ଟା ଟ୍ରେନ୍ ଚଳାଚଳ ଠପ୍ ରେଳ ଧାରଣା ଉପରେ ପଡ଼ିଲା ଓଭର ହେଡ୍‌ ବିଦ୍ୟୁତ ତାର,

Spread the love

କାକେରିଗୁମ୍ମା ରେଳ ଧାରଣା ଉପରେ ଓଭର ହେଡ୍‌ ବିଦ୍ୟୁତ ତାର ଛିଡ଼ି ପଡ଼ିଛି । ଫଳରେ ସେହି ଲାଇନ୍ ଦେଇଯାଉଥିବା ରେଳ ଚଳାଚଳା ୨ ଘଣ୍ଟା ଧରି ବାଧାପ୍ରାପ୍ତ ହୋଇଥିଲା। ରେଳ ବିଭାଗ ପକ୍ଷରୁ ମରାମତି କରାଯିବା ପରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହୋଇଛି..
ଗୁରୁବାର ସକାଳେ ବାଇଗୁଡ଼ା-କାକେରିଗୁମ୍ମା ରେଲୱେ ଟ୍ରାକ୍ ଉପରେ ଓଭର ହେଡ୍‌ ଇଲେକ୍ଟ୍ରିକ ତାର ହଠାତ ଛିଡ଼ି ପଡ଼ିଥିଲା । ସେହି ବାଟେ ଦେଇ ଯାଉଥିବା ଥିବା ରାଉରକେଲା ଇଣ୍ଟରସିଟିକୁ ଲକ୍ଷ୍ମୀପୁର ନିକଟରେ ଅଟକାଇ ରଖାଯାଇଥିଲା ।
ସେହିପରି ହୀରଖଣ୍ଡ ଏକ୍ସପ୍ରେସ୍ ୨ଘଣ୍ଟା ବିଳମ୍ବରେ ପହଞ୍ଚିଥିବା ବେଳେ ସମେଲେଶ୍ୱରୀ ଓ ଡିଏସୟୁ ମଧ୍ୟ ଅଟକି ରହିଥିଲା। ଏଥିଯୋଗୁ ଟ୍ରେନ୍‌ ଚଳାଚଳ ବ୍ୟାହତ ହେବାଯୋଗୁ ଯାତ୍ରୀମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା ।

Leave a Reply

Your email address will not be published. Required fields are marked *