ଦେଶ ବିଦେଶ

ଆମେରିକା ଫ୍ଲୋରିଡା ଉପକୂଳରେ ବାତ୍ୟା ମିଲଟନର ତାଣ୍ଡବ

Spread the love

ବାତ୍ୟା ନା ଶୁଣିଲେ ମନରେ ଭୟ ଖେଳିଯାଏ । କାହିଁକିନା ଏଭଳି ପ୍ରାକୃତିକ ଦୁର୍ବିପାକକୁ ଅଟକାଇବା କାହାପାଖେ ସମ୍ଭବ ନୁହେଁ । ଏହାଦ୍ୱାରା ଅନେକ ଜୀବନ ଜୀବିକା ପ୍ରଭାବିତ ହୋଇଥାଏ ।ଆମେରିକା ଫ୍ଲୋରିଡା ଉପକୂଳରେ ବାତ୍ୟା ମିଲଟନର ତାଣ୍ଡବ । ବିଗତ ଶହେ ବର୍ଷ ଭିତରେ ସବୁଠୁ ବଡ ପ୍ରଳୟଙ୍କାରୀ ବାତ୍ୟା ମିଲଟନ୍ ଲ୍ୟାଣ୍ଡଫଲ କରିବା ପରେ ଧ୍ବଂଶଲୀଳା ରଚିଛି । ବୁଧବାର ରାତିରେ ସ୍ଥାନୀୟ ସିଏଷ୍ଟା କି ଅଞ୍ଚଳରେ ସ୍ଥଳ ଭାଗ ଛୁଇଁବା ବେଳକୁ ଏହା କ୍ୟାଟାଗୋରୀ-୩ ବାତ୍ୟାରେ ପରିଣତ ହୋଇଥିଲା ।

ଫ୍ଲୋରିଡା ପଶ୍ଚିମ ଉପକୂଳରେ ଘଣ୍ଟାପ୍ରତି ୨୦୫ କିଲୋମିଟର ବେଗରେ ଗତି କରିଥିଲା । ଅଧିକ ପ୍ରଭାବିତ ହୋଇଛନ୍ତି ଟେମ୍ପା ବେ ,ସେଣ୍ଟ ପିଟର୍ସ ବର୍ଗ, ସରସୋଟା ଓ ଫୋର୍ଟ ମାୟର୍ସ ଅଞ୍ଚଳ । ଫ୍ଲୋରିଡ଼ାରେ ଲ୍ୟାଣ୍ଡଫଲ ପରେ ଭୟଙ୍କର ବର୍ଷା,ପବନ ହୋଇଛି। ଫ୍ଲୋରିଡାର ଅଧିକାଂଶ ସ୍ଥାନରେ ବିଜୁଳି ନାହିଁ । ଅନ୍ଧାରରେ ୧୦ ଲକ୍ଷ ଲୋକ । ରାସ୍ତା ଘାଟ ବୁଡ଼ି ଯାଇଛି । ଲକ୍ଷଲକ୍ଷ ଲୋକ ଜାଗା ଛାଡ଼ି ପଳାଇଛନ୍ତି ।

ସ୍ଥାନୀୟ ପ୍ରଶାସନ ପକ୍ଷରୁ ଲୋକଙ୍କ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। ଜୀବନ ଓ ମୃତ୍ୟୁ ପ୍ରସଙ୍ଗ ଜଡିତ ଥିବାରୁ ପ୍ରଶାସନକୁ ସହଯୋଗ ପାଇଁ ଲୋକଙ୍କୁ ଅପିଲ୍ କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍। ବାତ୍ୟା ପ୍ରଭାବରୁ ବର୍ତ୍ତିବା ପାଇଁ ଲୋକଙ୍କୁ ସୁରକ୍ଷିତ ଅଞ୍ଚଳକୁ ଚାଲିଯିବା ପାଇଁ ସେ ପରାମର୍ଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *