ଦେଶ ବିଦେଶ

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଓମାର ଅବଦୁଲ୍ଲା

Spread the love

ଏନ୍‌ସି (ନ୍ୟାସନାଲ କନ୍‌ଫରେନ୍ସ) ନେତା ଓମାର ଅବଦୁଲ୍ଲା ବୁଧବାର ଜମ୍ମୁ କଶ୍ମୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଦୀର୍ଘ ୬ ବର୍ଷ ପରେ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ କଶ୍ମୀରକୁ ପ୍ରଥମ ନିର୍ବାଚିତ ସରକାର ମିଳିଛି।

ଏନ୍‌ସି ବିଧାୟକ ସୁରିନ୍ଦର ସିଂହ ଚୌଧାରୀ ଉପମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ ହୋଇଛନ୍ତି। ସେ ନୂଆ ସରକାରରେ ଜମ୍ମୁକୁ ପ୍ରତିନିଧିତ୍ବ କରୁଛନ୍ତି। ପ୍ରସିଦ୍ଧ   ଶେର୍‌-ଏ-କଶ୍ମୀର ଅନ୍ତର୍ଜାତୀୟ କନ୍‌ଫରେନ୍ସ ସେଣ୍ଟର (ଏସ୍‌କେଆଇସିସି)ରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ଆଜି ଉପରାଜ୍ୟପାଳ ମନୋଜ ସିହ୍ନା ଓମାର ଅବଦୁଲ୍ଲା ଏବଂ ଅନ୍ୟମାନଙ୍କୁ ଶପଥ ପାଠ କରାଇଛନ୍ତି।

ଓମାର୍‌ଙ୍କ ସହ ଆଜି ଆଉ ୫ ଜଣ ବିଧାୟକ ତଥା ସତୀଶ ଶର୍ମା (ସ୍ବାଧୀନ), ସକିନା ଇତୁ, ଜାଭିଦ ଦାର, ସୁରିନ୍ଦର ସିଂହ ଚୌଧାରୀ ଏବଂ ଜାବିଦ ରାଣା ଶପଥ ନେଇଛନ୍ତି।  ସମସ୍ତ ନେତା ଏନ୍‌ସି ଦଳର। ୪ଟି କ୍ୟାବିନେଟ୍‌ ପଦ ଖାଲି ପଡ଼ିଛି। ପରେ କ୍ୟାବିନେଟ୍‌ ସମ୍ପ୍ରସାରଣ ହେବାପରେ ଏହା ପୂରଣ ହେବ।

Leave a Reply

Your email address will not be published. Required fields are marked *