୨ ସୁରକ୍ଷାକର୍ମୀ ଙ୍କୁ ଅପହରଣ କରି ହତ୍ୟା କଲେ ଆତଙ୍କବାଦୀ
ଗୁରୁବାର ସନ୍ଧ୍ୟାରେ ଜମ୍ମୁ-କଶ୍ମୀରର କିସ୍ତୱାର୍ ଜିଲ୍ଲାରେ ଦୁଇ ଗ୍ରାମ ପ୍ରତିରକ୍ଷା ଗୋଷ୍ଠୀ ସଦସ୍ୟଙ୍କୁ ଆତଙ୍କବାଦୀମାନେ ଅପହରଣ କରି ହତ୍ୟା କରିଛନ୍ତି। ଆତଙ୍କବାଦୀ ଗୋଷ୍ଠୀ ପୀଡ଼ିତଙ୍କ ଆଖିରେ ପଟି ପକାଇ ସେମାନଙ୍କ ଫଟୋ ସେୟାର କରିଥିବା ବି ଦେଖିବାକୁ ମିଳିଛି। ଲସ୍କର-ଏ-ତୋଏବା ଆତଙ୍କବାଦୀ ସଂଗଠନର “କାଶ୍ମୀର ଟାଇଗର” ନାମକ ସଂଗଠନ ଏହି ଆକ୍ରମଣ ପାଇଁ ଦାୟୀ ବୋଲି କୁହାଯାଉଛି।ସେମାନଙ୍କ ମୃତଦେହ ଏପର୍ଯ୍ୟନ୍ତ ଉଦ୍ଧାର କରାଯାଇ ନାହିଁ। ପୁଲିସ ପକ୍ଷରୁ ଏକ ବିଶାଳ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା। ସର୍ଚ୍ଚ ଅପରେସନ ବେଳେ ସେମାନଙ୍କ ମୃତଦେହ ଦେଖିବାକୁ ମିଳିଛି।
