ସିରିଆରେ ରହୁଥିବା ଭାରତୀୟଙ୍କୁ ତୁରନ୍ତ ଦେଶ ଛାଡିବାକୁ ନିର୍ଦ୍ଦେଶ ଜାରି
ସିରିଆରେ ରହୁଥିବା ଭାରତୀୟଙ୍କୁ ତୁରନ୍ତ ଦେଶ ଛାଡିବାକୁ ନିର୍ଦ୍ଦେଶ ଦେଇଛି ଭାରତ ବିଦେଶ ମନ୍ତ୍ରାଳୟ। ସରକାରଙ୍କ ପକ୍ଷରୁ ରାତି ଅଧିଆ ନିର୍ଦ୍ଦେଶନାମା ଜାରି କରାଯାଇଛି।ନିର୍ଦ୍ଦେଶ ଦେଇଛି ଭାରତ ବିଦେଶ ମନ୍ତ୍ରାଳୟ। ସରକାରଙ୍କ ପକ୍ଷରୁ ରାତି ଅଧିଆ ନିର୍ଦ୍ଦେଶନାମା ଜାରି କରାଯାଇଛି। ସିରିଆରେ ସପ୍ତାହେ ହେବ ଲାଗି ରହିଛି ଗୃହଯୁଦ୍ଧ|ଏଥିରେ ପାଖାପାଖି ୩ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇ ସାରିଲାଣି। ବିଦ୍ରୋହୀଙ୍କ ହିଂସା ବଢୁଥିବାରୁ ଭାରତୀୟ ନାଗରିକଙ୍କ ପାଇଁ ଆଡଭାଇଜରୀ ଜାରି କରିଛି ବିଦେଶ ମନ୍ତ୍ରାଳୟ। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସିରିଆ ଯାତ୍ରା ନକରିବାକୁ ପରାମର୍ଶ ଦିଆଯାଇଛି। ଏଥିସହ ସେଠାରେ ଥିବା ଭାରତୀୟଙ୍କ ପାଇଁ ଜରୁରୀକାଳୀନ ହେଲ୍ପଲାଇନ୍ ନମ୍ବର ଜାରି ସିରିଆରେ ଥିବା ଭାରତୀୟ ଦୂତାବାସ। ଏହି ନମ୍ବରରେ ହ୍ବାଟ୍ସ ଆପ୍ କରିବାକୁ ବି କୁହାଯାଇିଛି।

