HMPV ଭାଇରସକୁ ନେଇ ଆଲର୍ଟରେ ରାଜ୍ୟ
HMPV ଭାଇରସକୁ ନେଇ ଆଲର୍ଟରେ ରାଜ୍ୟ । ପ୍ରସ୍ତୁତ ରହିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ। ମୁକାବିଲା ନେଇ ସ୍ବାସ୍ଥ୍ୟମନ୍ତ୍ରୀ ଆଜି ବୈଠକ ଡାକିଛନ୍ତି । ଲୋସସେବା ଭବନରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିଛି । ବୈଠକରେ ସ୍ବାସ୍ଥ୍ୟ ସଚିବଙ୍କ ସହ ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି । HMPV କୁ ନେଇ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । HMPV ଓ ପ୍ରବାସୀ ଭାରତୀୟ ସମ୍ମିଳନୀକୁ ନେଇ ହେଉଛି ଆଲୋଚନା । ଚୀନ ପରେ ଭାରତରେ ବଢ଼ୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଅଯଥା ଭୟଭୀତ ନ ହେବାକୁ ପରାମର୍ଶ ଦେଇଛନ୍ତି ଜନସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ।
ଏହି ଭାଇରସକୁ ୨୦୦୧ ମସିହାରୁ ଚିହ୍ନଟ କରାଯାଇଥିଲା । ଏହା ସିଜିନାଲ ଭାଇରସ୍ , ଭୟ କରନ୍ତୁ ନାହିଁ। ବାହାରୁ ଆସିଥିବା ରୋଗୀଙ୍କ ଦେହରେ ଏହା ଦେଖାଯାଇନାହିଁ। ଯେଉଁଠି ଭାଇରସ ଦେଖାଯାଇଛି ସେଠି ଗାଇଡଲାଇନ ଜାରି ହୋଇଛି। ଆମ ରାଜ୍ୟରେ ଭାଇରସ୍ ଦେଖାଯାଇନାହିଁ । ଭୁବନେଶ୍ବର ଏମ୍ସରେ ଏହାର ଟେଷ୍ଟ କରାଯାଉଛି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ।ଅନ୍ୟପଟେ କର୍ଣ୍ଣାଟକ ପରେ ମହାରାଷ୍ଟ୍ର ନାଗପୁରରୁ ୨ ସଂକ୍ରମିତ ଚିହ୍ନଟ । ୭ ବର୍ଷ ଓ ୧୩ ବର୍ଷ ବୟସର ୨ ଶିଶୁ HMPV ଆକ୍ରାନ୍ତ ରହିଛନ୍ତି । ବେଙ୍ଗାଳୁରୁରୁ ଚିହ୍ନଟ ହୋଇଥିଲା ପ୍ରଥମ ଓ ଦ୍ବିତୀୟ HMPV ଆକ୍ରାନ୍ତ । ଆଉ ୨ ଆକ୍ରାନ୍ତଙ୍କୁ ମିଶାଇ ଏପର୍ଯ୍ୟନ୍ତ ୮ ଜଣ ଚିହ୍ନଟ ହେଲେଣି ।

