ରାଜ୍ୟ

ଭୁବନେଶ୍ୱର ଓ ଝାରସୁଗୁଡା ଏୟାର ପୋର୍ଟରୁ ଆରମ୍ଭ ହେବ ଦେଶର ବିଭିନ୍ନ ବିମାନ ବନ୍ଦରକୁ ସିଧାସଳଖ ବିମାନ ସେବା

Spread the love

ରାଜ୍ୟବାସୀଙ୍କ ପାଇଁ ଖୁସି ଖବର । ଭୁବନେଶ୍ୱର ଓ ଝାରସୁଗୁଡା ଏୟାର ପୋର୍ଟରୁ ଆରମ୍ଭ ହେବ ଦେଶର ବିଭିନ୍ନ ବିମାନ ବନ୍ଦରକୁ ସିଧାସଳଖ ବିମାନ ସେବା । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ, କୋଚି, ଡେରାଡୁନ୍, ଲଘ୍ନୌକୁ ଡାଇରେକ୍ଟ ଫ୍ଲାଇଟ୍ ମିଳିବ । ସେହିପରି ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ହାଇଦ୍ରାବାଦ, ରାୟପୁର ଏବଂ ମୁମ୍ବାଇକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବ । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଏହା ରାଜ୍ୟର ଅର୍ଥନୈତିକ ବିକାଶକୁ ଏକ ନୂଆ ଦିଗ ଦେବ ।

Leave a Reply

Your email address will not be published. Required fields are marked *