କ୍ରୀଡା

ଦକ୍ଷିଣ ଆଫ୍ରିକା ବିପକ୍ଷ ଟ୍ବେଣ୍ଟି-୨୦ ସିରିଜ ଜିତିଲା ଭାରତ

Spread the love

ଦକ୍ଷିଣ ଆଫ୍ରିକା ବିପକ୍ଷ ଟ୍ବେଣ୍ଟି-୨୦ ସିରିଜକୁ ୩-୧ରେ ଜିତି ନେଇଛି ଭାରତ । ଗତକାଲି ଖେଳାଯାଇଥିବା ଚତୁର୍ଥ ତଥା ଶେଷ ମ୍ୟାଚରେ ରେକର୍ଡ ବର୍ଷା ସହ ୧୩୫ ରନର ବୃହତ୍ ବିଜୟ ହାସଲ କରିଛି ଟିମ ଇଣ୍ଡିଆ ।  ଟସ୍ ଜିତି ବ୍ୟାଟିଂ ପରେ ସଂଜୁ ସାମ୍ ସନ୍ , ତିଳକ ବର୍ମା ମିଳିତ ଭାବେ ଗୋଟିଏ ପରେ ଗୋଟିଏ ରେକର୍ଡ କରିଥିଲେ । ମାତ୍ର ୪୭ଟି ବଲ୍ ରେ ୧୦ଟି ଛକ୍କା ଓ ୯ଟି ଚୌକା ସହ ୧୨୦ ରନ୍ କରିଥିଲେ ତିଲକ ବର୍ମା ।

ସେହିପରି ୯ଟି ଛକ୍କା ଓ ୬ଟି ଚୌକା ସହ ୫୬ଟି ବଲ୍ ରେ ୧୦୯ ରନ୍ କରି ସାମସନ ମଧ୍ୟ ଅପରାଜିତ ରହିଥିଲେ । ୫୧ ବଲ୍ ରେ ସଞ୍ଜୁ ସାମସନ ଶତକ କରିଥିବା ବେଳେ ୪୧ ବଲ୍ ରେ ଶତକ କରିଥିଲେ ତିଲକ ବର୍ମା । ପୂରା ମ୍ୟାଚ୍ ରେ ଛକ୍କା ଚୌକାର ବର୍ଷା ଦେଖିବାକୁ ମିଳିଥିଲା । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଭାରତ ମାତ୍ର ୧ ୱିକେଟ ହରାଇ ୨୮୩ ରନ୍ କରିଥିଲା । ୨୩ ଛକା ମାରିଥିଲେ ଟିମ ଇଣ୍ଡିଆର ଖେଳାଳି । ସଂଜୁଙ୍କ ପାଇଁ ଏହା ତୃତୀୟ ଶତକ ହୋଇଥିଲା ବେଳେ ଲଗାତାର ଶତକ ମାରିଛନ୍ତି ତିଳକ ବର୍ମା । ଲଗାତାର ଶତକ ମାରିବାରେ ବିଶ୍ବରେ ସେ ସଂଜୁଙ୍କ ପରେ ଚତୁର୍ଥ ଖେଳାଳି ହୋଇପାରିଛନ୍ତି । ଦ୍ବିତୀୟ ୱିକେଟ୍ ଭାଗୀଦାରିରେ ଉଭୟ କରିଥିବା ୨୧୦ ରନ ସହ ବିଶ୍ବ ରେକର୍ଡ ହୋଇଛି ।

Leave a Reply

Your email address will not be published. Required fields are marked *