ରାଜ୍ୟ

ପୁଣି ରାଜ୍ୟରେ ବର୍ଷା ସମ୍ଭାବନା

Spread the love

ଲଗାତାର ଦୁଇଟି ଲଘୁଚାପଜନିତ ବର୍ଷା ନ ସରୁଣୁ ପୁଣି ରାଜ୍ୟରେ ବର୍ଷା  ସମ୍ଭାବନା ଦେଖାଦେଇଛି। ଆସନ୍ତା ୨୮ ଓ ୨୯ ତାରିଖରେ କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ଏନେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି। ବିଶେଷ କରି ପଶ୍ଚିମ ଏବଂ ଉତ୍ତର ଓଡ଼ିଶାରେ ଏହି ବର୍ଷା ହେବ ବୋଲି ଆକଳନ କରାଯାଇଛି। ପଶ୍ଚିମାଝଡ଼ ପ୍ରଭାବରେ ଏଭଳି ବର୍ଷାର ଆକଳନ କରାଯାଇଛି । ଆଜି ଶୁଖିଲା ପାଗ ପରିଲକ୍ଷିତ ହେଉଛି। କିନ୍ତୁ କାଲିଠାରୁ ପାଗ ବଦଳିବ।

Leave a Reply

Your email address will not be published. Required fields are marked *