ତ୍ରିଦଣ୍ଡୀ ଗୌଡ଼ୀୟ ମଠ ଉପରକୁ ବୋମାମାଡ଼
ଶ୍ରୀଲିଙ୍ଗରାଜ ଥାନା ଅଧୀନ ଖରାଖିଆ ବୈଦ୍ୟନାଥସାହିସ୍ଥିତ ତ୍ରିଦଣ୍ଡୀ ଗୌଡ଼ୀୟ ମଠ ଉପରକୁ ସୋମବାର ବିଳମ୍ବିତ ରାତିରେ ବୋମାମାଡ଼ ହୋଇଛି। ବୋମାମାଡ଼ରେ ମଠର ରୋଷେୟା ବାବା ସୁବଳ ସଖା ତ୍ରିଦଣ୍ଡୀ ମହାରାଜ(୬୨) ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ମଠର ପାଚେରି ଭୁଶୁଡ଼ି ପଡ଼ିଛି ଏବଂ ନୃସିଂହ ପାଠାଗାର କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଦିନକ ପରେ ଘଟଣା ପଦାକୁ ଆସିବା ପରେ ପୁଲିସ ସାଇଣ୍ଟିଫିକ୍ ଟିମ୍, ବମ୍ ସ୍କ୍ବାଡ୍ ଓ ଅଗ୍ନିଶମ ବାହିନୀ ସହାୟତାରେ ଛାନ୍ଭିନ୍ ଆରମ୍ଭ କରିଛି। ମଠରେ ନିଆଁ ଲାଗିଥିବା ନିଶ୍ଚିତ ହୋଇଥିଲେ ହେଁ ତାହା ବୋମାମାଡ଼ ଯୋଗୁ ହୋଇଛି କି ଅନ୍ୟ କାରଣରୁ ଘଟିଛି, ତାହା ସ୍ପଷ୍ଟ ହୋଇପାରିନାହିଁ। ସେଥିପାଇଁ ପୋଲିସ ତଦନ୍ତ କରୁଛି |

