ଭଲିବଲ୍ ଫେଡେରେସନର ସଭାପତି ଡ. ଆରି ଗ୍ରାସା ପାଇଲେ କିସ୍ ହ୍ୟୁମାନିଟାରିଆନ୍ ସମ୍ମାନ
ଆନ୍ତର୍ଜାତିକ ଭଲିବଲ୍ ଫେଡେରେସନର ସଭାପତି ଡ. ଆରି ଗ୍ରାସାଙ୍କୁ ସମ୍ମାନଜନକ କିସ୍ ହ୍ୟୁମାନିଟାରିଆନ୍ ସମ୍ମାନ-୨୦୨୦ ପ୍ରଦାନ କରାଯାଇଛି। ଆଜି ଏକ ସ୍ୱତନ୍ତ୍ର ଉତ୍ସବରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ଉପସ୍ଥିତିରେ ରାଜ୍ୟପାଳ ରଘୁବର ଦାସ ଡ. ଗ୍ରାସାଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି।
୨୦୨୦ରେ ତାଙ୍କୁ ଏହି ସମ୍ମାନ ଦିଆଯିବା ପାଇଁ ନିଷ୍ପତି ହୋଇଥିଲେ ମଧ୍ୟ କୋଭିଡ୍ ମହାମାରୀ ଯୋଗୁଁ ସମ୍ମାନ ପ୍ରଦାନ କରାଯାଇପାରି ନ ଥିଲା। ଏହି କାର୍ଯ୍ୟକ୍ରମରେ ଡ. ଗ୍ରାସାଙ୍କ ସମ୍ପର୍କରେ ସୂଚନା ଦେଇ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଲେ, ବ୍ରାଜିଲ୍ ବାସିନ୍ଦା ୮୧ ବର୍ଷ ବୟସ୍କ ଗ୍ରାସା ଦୀର୍ଘ ୧୨ ବର୍ଷ ହେଲା ଆନ୍ତର୍ଜାତିକ ଭଲିବଲ୍ ଫେଡେରେସନ୍ର ସଭାପତି ଅଛନ୍ତି। ବହୁ ପ୍ରତୀକ୍ଷିତ ଐତିହାସିକ କିସ୍ ଭଲିବଲ୍ ମହୋତ୍ସବରେ ଯୋଗଦେବା ପାଇଁ ଶ୍ରୀ ସାମନ୍ତ ଡ. ଗ୍ରାସାଙ୍କୁ ନିମନ୍ତ୍ରଣ କରିବାପରେ ସେ ଏଥିରେ ସମ୍ମତି ପ୍ରକାଶ କରିଥିଲେ। ଗ୍ରାସାଙ୍କୁ ସମ୍ମାନୀତ କରିବା ଦ୍ୱାରା ବିଶ୍ୱର ୨୨୨ଟି ଦେଶରେ ଓଡ଼ିଶାର ପରିଚିତି ସୃଷ୍ଟି ହୋଇପାରିଲା।

