ମହାନଗର

ରାସ୍ତାକଡ଼ରୁ ମିଳିଲା ନବଜାତ ଶିଶୁକନ୍ୟା

Spread the love

ଆଚାର୍ଯ୍ୟ ବିହାର ମହାରାଜା ସିନେମା ହଲ ନିକଟ ରାସ୍ତାକଡ଼ରୁ ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି। ବିଳମ୍ବିତ ରାତି କିମ୍ବା ବଡ଼ି ଭୋରୁ କେହି ଶିଶୁକନ୍ୟାକୁ ଛାଡ଼ି ଚାଲି ଯାଇଥିବା ସନ୍ଦେହ କରାଯାଉଛି। ଆଜି ସକାଳେ ସ୍ଥାନୀୟ ଲୋକ ଶିଶୁକନ୍ୟାକୁ ଉଦ୍ଧାର କରିଛନ୍ତି। ଏନେଇ ପୁଲିସକୁ ଖବର ଦେବା ପରେ ସହିଦନଗର ଥାନା ପୁଲିସ ପହଞ୍ଚି ଶିଶୁକନ୍ୟାକୁ କ୍ୟାପିଟାଲ ହସ୍ପିଟାଲକୁ ନେଇଛନ୍ତି। ଶିଶୁ କନ୍ୟାଟିର ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *