ଶୀତଦିନିଆ ହାତୀଗଣନା ରିପୋର୍ଟ
ଓଡ଼ିଶା ଜଙ୍ଗଲରେ ଏବେ ୨୧୦୩ଟି ହାତୀ ରହିଛନ୍ତି। ଚିହ୍ନଟ ହୋଇଥିବା ହାତୀଙ୍କ ମଧ୍ୟରୁ ୫୩୬ଟି ଅଣ୍ଡିରା ଓ ୯୮୩ଟି ମାଈ ହାତୀ ଅଛନ୍ତି। ୫୮୪ଟି ଛୁଆ ହାତୀ ରହିଥିବା ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଆଜି ପ୍ରକାଶିତ ଶୀତଦିନିଆ ହାତୀ ଗଣନା ରିପୋର୍ଟରେ ଦର୍ଶାଯାଇଛି। ଢେଙ୍କାନାଳ ବନଖଣ୍ଡରେ ସର୍ବାଧିକ ୨୯୧ଟି ହାତୀ ରହିଛନ୍ତି। ଏହା ତଳକୁ କେନ୍ଦୁଝର ବନଖଣ୍ଡରେ ୧୬୦, ଆଠଗଡ଼ରେ ୧୨୪, ଦେବଗଡ଼ରେ ୧୨୩ ଓ ଅନୁଗୁଳରେ ୧୧୭ଟି ହାତୀ ରହିଛନ୍ତି। ଅନୁଗୁଳରେ ସର୍ବାଧିକ ୬୮୦ଟି ହାତୀ ଅଛନ୍ତି। ଯେତେବେଳେ କି ରାଉରକେଲାରେ ୪୬୨, ବାରିପଦାରେ ୩୮୪, ବ୍ରହ୍ମପୁରରେ ୧୭୨, ସମ୍ବଲପୁରରେ ୧୪୪, ଭବାନୀପାଟଣାରେ ୧୪୦, ଭୁବନେଶ୍ବରରେ ୧୨୦ ହାତୀ ରହିଛନ୍ତି।ଶିମିଳିପାଳ ଉତ୍ତର, ସାତକୋଶିଆ, ବାମରା ଓ ରାୟଗଡ଼ା ଡିଭିଜନରେ ହାତୀଙ୍କ ସଂଖ୍ୟା କମିଛି।ଶୀତ ଦିନରେ ଓଡ଼ିଶାର ହାତୀମାନେ ପଡ଼ୋଶୀ ରାଜ୍ୟକୁ ଯାଉଥିବାରୁ ଏହି ଡିଭିଜନଗୁଡ଼ିକରେ ହାତୀଙ୍କ ସଂଖ୍ୟା ହ୍ରାସ ପାଇଥିବା କୁହାଯାଉଛି।
