ରାଜ୍ୟ

ଭିଜୁଛି ଧାନ, ନଷ୍ଟ ହେଉଛି ପରିବା

Spread the love

୮ଦିନ ଭିତରେ ଦୁଇଟି ଲଘୁଚାପ ବର୍ଷା ଯୋଗୁଁ ଚାଷୀକୁଳ ଚିନ୍ତାରେ ଅଛନ୍ତି। କାହାର ବିଲରେ ଧାନ ପଡ଼ିଛି ତ ଆଉ କାହାର ଖଳାରେ ଭିଜୁଛି। ଏମିତିକି ଗତ ସପ୍ତାହରେ ହୋଇଥିବା ବର୍ଷାରେ ଓଦା ହୋଇଥିବା ଧାନ ଶୁଖିନଥିବା ବେଳେ ଗତକାଲିଠାରୁ ପୁଣି ବର୍ଷା ଆରମ୍ଭ ହୋଇଛି। ଏଥର ନୟାଗଡ଼ ଜିଲ୍ଲାରେ ଧାନ ଚାଷ ଭଲ ହୋଇଥିଲା। ଧାନର ମାନ ଭଲ ଥିବାରୁ ସରକାରଙ୍କ ନୂତନ ଦର ଅନୁଯାୟୀ ଅଧିକ ଟଙ୍କା ମିଳିବ ବୋଲି ଚାଷୀମାନେ ଆଶା କରିଥିଲେ। ମାତ୍ର ଲଗାଣ ବର୍ଷାରେ ଧାନର ମାନ ଖରାପ ହୋଇଯିବ ବୋଲି ଚାଷୀମାନେ ଆଶଙ୍କା କରିଛନ୍ତି। ଅନ୍ୟପଟେ ଗତ ସପ୍ତାହରେ ହୋଇଥିବା ଲଗାଣ ବର୍ଷା ଯୋଗୁଁ ପ୍ରାଥମିକ ଭାବେ କ୍ଷୟକ୍ଷତି ଆକଳନ କରାଯାଇଛି। ମାତ୍ର ଆସନ୍ତା ୩୦ ସୁଦ୍ଧା ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ କରାଯିବ ବୋଲି ଜିଲ୍ଲା କୃଷି ଅଧିକାରୀ ସୁମନ ପଟ୍ଟନାୟକ ସୂଚନା ପ୍ରଦାନ କରିଛନ୍ତି।

Leave a Reply

Your email address will not be published. Required fields are marked *