ରାଜ୍ୟ

ଟ୍ରକ୍ ଭିତରେ ଚାପି ହୋଇ ଚାଳକ ମୃତ

Spread the love

୩୦ ଫୁଟ୍ ରାସ୍ତା ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍। ଟ୍ରକ୍ ଭିତରେ ଚାପି ହୋଇ ଚାଲିଗଲା ଚାଳକଙ୍କ ଜୀବନ। ଟ୍ରକ୍ ଟି ବିଶାଖାପାଟଣାରୁ ସିମେଣ୍ଟ ନେଇ ସୁନ୍ଦରଗଡ଼ ଯାଉଥିବା ବେଳେ ଦଶପଲ୍ଲା ଥାନା ବାରିହା ପିଟା ଗାଁ ନିକଟରେ ଥିବା ଏକ କଲଭର୍ଟର ୩୦ଫୁଟ୍ ତଳକୁ ଖସି ପଡ଼ିଥିଲା। ଚାଳକ ଜଣଙ୍କ ଦୀର୍ଘ ସମୟ ଧରି ଚାପି ହୋଇ ରହିଥିଲେ। ଫଳରେ ତଙ୍କର ମୃତ୍ୟୁ ଘଟିଥିଲା। ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚି କଟର ସାହାଯ୍ୟରେ କାଟି ଚାଳକଙ୍କ ମୃତ ଶରୀରକୁ ବାହାର କରିବା ପାଇଁ ଉଦ୍ୟମ ଚଳାଇଛନ୍ତି। ଘଟଣା ସ୍ଥଳରେ ଦଶପଲ୍ଲା ପୁଲିସ ପହଞ୍ଚି କେଉଁ ପରିସ୍ଥିତିରେ ଏତେ ବଡ଼ ଦୁର୍ଘଟଣା ଘଟିଲା, ତାର ତଦନ୍ତ ଚଳାଇଛି।

Leave a Reply

Your email address will not be published. Required fields are marked *