ରାଜ୍ୟ

କଟକ ର ଦ୍ଵିତୀୟ ବାର୍ଷିକ ରାଜ୍ୟ ସ୍ତରୀୟ ସମାରୋହ

Spread the love

ତା. ୨୫. ୧୨.୨୦୨୪, , ଅଦ୍ୟ କବି ଜଗନ୍ନାଥ ଭାଷା ପ୍ରତିଷ୍ଠାନ ଚଣ୍ଡୀମଙ୍ଗଳ, ବଡ଼ମ୍ବା, ଶ୍ରୀ ଶ୍ରୀ ସିଂହନାଥ ପୀଠ ଠାରେ ଶ୍ରୀଯୁକ୍ତ ବିପିନି ବିହାରୀ ମହାନ୍ତିଙ୍କ ସଭାପତିତ୍ୱରେ ମହାସମାରୋହରେ ଅନୁଷ୍ଠିତ ହୋଇ ଯାଇଛି |ଉକ୍ତ ସାରସ୍ୱତ ଉତ୍ସବରେ ମୁଖ୍ୟ ଅତିଥି ରୂପେ ବିଧାୟକ ବଡ଼ମ୍ବା ନରସିଂପୁର ଶ୍ରୀଯୁକ୍ତ ବିଜୟ କୁମାର ଦଳବେହେରା, ମୁଖ୍ୟ ଵକ୍ତା ପଣ୍ଡିତ ପଦ୍ମନାଭ ତ୍ରିପାଠୀ,ସମୀକ୍ଷକ ବାଦୀପାଲା ବିଶିଷ୍ଠଵକ୍ତା ଡ଼କ୍ଟର ରବି ନାରାୟଣ ପଣ୍ଡା,ପ୍ରଫେସର ସ୍ନାୟୁ ଶଲ୍ୟ ବିଭାଗ ରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ, ସମ୍ମାନିତ ବକ୍ତା ରୂପେ  ଶ୍ରୀଯୁକ୍ତ ଭରତ ଚରଣ ବେହେରା, ରାଜ୍ୟ ଖଣି ନିଗମ ବରିଷ୍ଠ ଅଧିକାରୀ, କୁପାନିଧି ବିଶ୍ଵାଳ, ଅଭୟ କୁମାର ପରିଡା, ଗଗନ ବିହାରୀ ସ୍ୱାଇଁ, ରାଜ ଗୋପାଳ ସିଂହ, ମାର୍ଗ ଦର୍ଶକ ରାମଚନ୍ଦ୍ର ବିଶ୍ୱାଳ ଯୋଗ ଦେଇଥିଲେ |ଉକ୍ତ ଉତ୍ସବରେ ଅନୁଷ୍ଠାନର ମୁଖପତ୍ର ଅର୍ଣ୍ଣବ ର ଶୁଭ ଉନ୍ମୋଚନ ସହିତ କବିକମଳ ଜଗନ୍ନାଥ ବାରିକଙ୍କର ଦୁଇଟି ପୁସ୍ତକ, ଭଜନ ଶିଖୀ ଚୂଳିଆ, ଭଜନ ସୁଧା ଦରିଆ ଉନ୍ମୋଚିତ ହୋଇଥିଲା |ଏଥିରେ ବିଭିନ୍ନ ଜିଲ୍ଲାରୁ ଆସିଥିବା୪୦ ଜଣ କବି କବୟିତ୍ରୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା |ସମ୍ପାଦକସାଗରକୁମାର ପରିଡା ବିବରଣୀ ପଠନ କରିଥିଲେ, କବି  ବିଦ୍ୟାଧର ଖଟୁଆ ଓ ସରୋଜକାନ୍ତ ବଳିଆର ସିଂ ସଂଯୋଜନା ମଞ୍ଚ ପରିଚାଳନା କରିଥିଲେ |୫୦ଜଣ କବି କବିତା ପାଠ କରିଥିଲେ ଓ ସେମାନଙ୍କୁ ପ୍ରଶଂସା ପତ୍ର ଦିଆଯାଇଥିଲା |ଉପସଭାପତି ମାନସ ରଞ୍ଜନ ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ |କବି ଦୁର୍ଯ୍ୟୋଧନ ବରାଳ, କାଳିନ୍ଦୀ ମିଶ୍ର, କୈଳାସ ଜେନା, ଡ଼କ୍ଟର ସାରଦାନନ୍ଦ ଦାଶ, ସୁଶୀଲ ଜେନା, ସୁଭଦ୍ରା ମଞ୍ଜରୀ ମହାପାତ୍ର, ନାରାୟଣ ପାତ୍ର, ବିନୟ କୁମାର ମିଶ୍ର ଶର୍ମା, କାର୍ତ୍ତିକ ପୁହାଣ,ଗୀତାଞ୍ଜଳି ବିଶ୍ୱାଳ,ନୀରଜ ପ୍ରଭା ଚୌଧୁରୀ, ଦୀପକ ସାମନ୍ତରାୟ ପ୍ରଭୃତି ୬୬ଜଣ କବି କବୟିତ୍ରୀ ଯୋଗ ଦେଇଥିଲେ |

Leave a Reply

Your email address will not be published. Required fields are marked *