ରାଜ୍ୟ

ଚାଲିଗଲା ୩ ଶ୍ରମିକଙ୍କ ଜୀବନ, ଜଣେ ଶ୍ରମିକ ଗୁରୁତର !

Spread the love

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ପୁକୁଡ଼ା ଗ୍ରାମରେ ରେ ଘଟିଛି ବଡ଼ ଅଘଟଣ । ପାଇଖାନା ଘର ସେଣ୍ଟରିଂ ଖୋଲିବା ସମୟରେ ଅଣନିଶ୍ବାସୀ ହୋଇ ୩ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଗୁରୁତର ଶ୍ରମିକଙ୍କୁ ଚିକିତ୍ସା ପାଇଁ ସମ୍ବଲପୁର ସ୍ଥାନାନ୍ତର କରାଯାଇଛି । ମୃତକମାନେ ହେଲେ ଶ୍ରୀକାନ୍ତ ମୁଣ୍ଡା, ଭରତ ରଣା ଓ ବସନ୍ତ ଦେହୁରୀ। ଆଜି ପୂର୍ବାହ୍ନରେ ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୁରୁତର ସିଦ୍ଧାର୍ଥ ମୁଣ୍ଡାଙ୍କୁ ସମ୍ବଲପୁର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଗ୍ରାମର ଜଣେ ବ୍ୟକ୍ତିଙ୍କର ନୂଆ ଘରର ଛାତ ପଡ଼ିଥିଲା ଯାହା ସୂଚନା ମିଳିଛି । ଶନିବାର କିଛି ଶ୍ରମିକ ନୂଆ ଛାତ ସେଣ୍ଟ୍ରିଂ ଖୋଲିବା କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ସେଣ୍ଟ୍ରିଂ ଖୋଲିବା ସମୟରେ ୪ ଶ୍ରମିକ ଅଣନିଶ୍ଵାସୀ ହୋଇ ଅସୁସ୍ଥ ହୋଇପଡ଼ିଥିଲେ। ତୁରନ୍ତ ସେମାନଙ୍କୁ ଡାକ୍ତରଖାନା ନିଆଯାଇଥିଲା। ୩ ଶ୍ରମିକଙ୍କୁ ଡାକ୍ତର ମୃତ ଘୋଷଣା କରିଥିବାବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାନରେ ଚିକିତ୍ସାଧୀନ ରହିଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି।ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ ଜାରି କରିଛି।

Leave a Reply

Your email address will not be published. Required fields are marked *