ରାଜ୍ୟ

ପୁଣି ଏକ ଲଘୁଚାପ ଆସୁଛି ୨୯ରେ ! ୩ ଦିନ ଧରି ପ୍ରବଳ ବର୍ଷିବ ବର୍ଷା

Spread the love

ଭୁବନେଶ୍ୱର : ଆସନ୍ତା ୨୪ ଘଣ୍ଟାରେ ଏହା ଲଘୁଚାପର ରୂପ ନେବା ପରେ ଏହାର ପ୍ରଭାବରେ ଆସନ୍ତା ୩ ଦିନ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ ସିରିଜ ଲଘୁଚାପ। ଉତ୍ତର ବଙ୍ଗୋପସାଗରରେ ଶନିବାର ସୃଷ୍ଟି ହେଲା ଘୂର୍ଣ୍ଣିବଳୟ।ବର୍ଷା ନେଇ ଶନିବାର ପାଇଁ ୬ ଜିଲାକୁ କମଳା ସତର୍କ ସୂଚନା ଜାରି କରାଯାଇଛି। ଅନୁଗୁଳ, ଢେଙ୍କାନାଳ, କଟକ, ଯାଜପୁର, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏହି ସବୁ ଜିଲାରେ ୭୦ ରୁ ୨ ଶହ ମିଲିମିଟର ଯାଏଁ ବର୍ଷିବ । ଏହାସହ ପ୍ରବଳ ବର୍ଷା ନେଇ ୨୦ ଜିଲାକୁ ହଳଦିଆ ସତର୍କ ସୂଚନା ଜାରି କରାଯାଇଛି । ୨୬ ଓ ୨୭ ତାରିଖରେ ବର୍ଷା ପରିମାଣ କମିବ। ବଙ୍ଗୋପସାଗରରେ ଆସନ୍ତା ୨୯ ତାରିଖରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଅଗଷ୍ଟ ୩୧ରୁ ସେପ୍ଟେମ୍ବର ପୁଣି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଜୁନ ୧ରୁ ଆଜି ଯାଏଁ ସ୍ୱଭାବିକଠାରୁ ୧୧% ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି।

 

Leave a Reply

Your email address will not be published. Required fields are marked *