ରାଜ୍ୟ

ମହାପ୍ରଭୁ ଲିଙ୍ଗରାଜ ଦୀର୍ଘ ୪୫ ଘଣ୍ଟା ଉପବାସରେ ରହିବା ପରେ ସ୍ବାଭାବିକ ହୋଇଛି ନୀତିକାନ୍ତି।

Spread the love

ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରର ସେବକମାନଙ୍କ ମଧ୍ୟରେ ଚାଲିଥିବା ବିବାଦର ଶେଷରେ ସମାଧାନ ହେବା ପରେ ଲିଙ୍ଗରାଜ ମହାପ୍ରଭୁଙ୍କ ନୀତିକାନ୍ତି ଯଥାରୀତି ଚାଲିଛି। ମହାପ୍ରଭୁ ଲିଙ୍ଗରାଜ ଦୀର୍ଘ ୪୫ ଘଣ୍ଟା ଉପବାସରେ ରହିବା ପରେ ସ୍ବାଭାବିକ ହୋଇଛି ନୀତିକାନ୍ତି।  ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଲ ରାଣା ଗତକାଲି କହିଥିଲେ ଯେ, ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁ ଠାକୁରଙ୍କର ରୀତିନୀତି ବ୍ୟାହତ ହୋଇଛି। ଟ୍ରଷ୍ଟ ବୋର୍ଡ ବୈଠକରେ ଏହାର ସମାଧାନ ହୋଇଛି। ୨୪ ଘଣ୍ଟା ମଧ୍ୟରେ ଏଡିଏମ୍‌ଙ୍କୁ ଏନେଇ ଏକ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। ଯାହା ଉପରେ ଆଧାର କରି ଯେଉଁମାନେ ଦୋଷୀ ସାବ୍ୟସ୍ତ ହେବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଖୋର୍ଦ୍ଧା ଜିଲ୍ଲାପାଳ ସୂଚନା ଦେଇଥିଲେ।

Leave a Reply

Your email address will not be published. Required fields are marked *