ଦେଶ ବିଦେଶ

ଦକ୍ଷିଣ କୋରିଆ ରାଷ୍ଟ୍ରପତି ଗିରଫ

Spread the love

ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁନ୍‌ ସୁକ୍‌ ‌ୟୋଲ୍‌ ଆଜି ଗିରଫ ହୋଇଛନ୍ତି। ରାଷ୍ଟ୍ରର ପ୍ରଥମ ରାଷ୍ଟ୍ରପତି ଭାବେ ସେ କ୍ଷମତାରେ ଥାଇ ଅତ୍ୟନ୍ତ ନାଟକୀୟ ଢଙ୍ଗରେ ଗିରଫ ହୋଇଛନ୍ତି। ୬୪ ବର୍ଷୀୟ ୟୁନ୍‌ଙ୍କ ବିରୋଧରେ ମହାଭିଯୋଗ ଆସିଥିଲା। ତେବେ ତଦନ୍ତକାରୀ ଦଳ ତାଙ୍କୁ ଗିରଫ କରିବାପାଇଁ କଣ୍ଟା ତାର କାଟି ଏବଂ ବ୍ୟାରିକେଡ୍‌ ଡେଇଁ ତାଙ୍କ ନିକଟରେ ପହଞ୍ଚିଥିଲେ।ଗିରଫ ଟିମ୍‌ରେ ପାଖାପାଖି ୧୦୦୦ ସଦସ୍ୟ ଥିଲେ। ସେମାନେ କାନ୍ଥ ଚଢ଼ି ରାଷ୍ଟ୍ରପତିଙ୍କ ବାସଭବନରେ ପହଞ୍ଚିଥିଲେ। ପ୍ରାୟ ୪ ଘଣ୍ଟା ପରେ ଅଧିକାରୀମାନେ ଘୋଷଣା କରିଥିଲେ ଯେ ୟୁନ୍‌ ଗିରଫ ହୋଇଛନ୍ତି। ଅନ୍ୟପକ୍ଷେ ଗିରଫ ହେବା ପୂର୍ବରୁ ଏକ ୩ ମିନିଟ୍‌ର ଭିଡିଓ ଜାରି କରି ୬୪ ବର୍ଷୀୟ ୟୁନ୍‌ କହିଛନ୍ତି ଯେ ସେ ତଦନ୍ତ ପ୍ରକ୍ରିୟାରେ ସହ‌ଯୋଗ କରିବେ। ଅନ୍ୟପକ୍ଷେ ତାଙ୍କୁ ବେଆଇନ ଭାବେ ଗିରଫ କରାଯାଇଛି ବୋଲି ସେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *