ଦେଶ ବିଦେଶ

ଦିଲ୍ଲୀ-ଏନ୍‌ସିଆର୍‌ର ଅନେକ ସ୍ଥାନରେ ବର୍ଷା

Spread the love

ଗୁରୁବାର ସକାଳେ ଦିଲ୍ଲୀ-ଏନସିଆରର ଅନେକ ସ୍ଥାନରେ ବର୍ଷା ହୋଇଯାଇଛି। ଘନ କୁହୁଡ଼ି ହେତୁ ଜାତୀୟ ରାଜଧାନୀରେ ସକାଳର ତାପମାତ୍ରା ୧୧.୨ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ ମଧ୍ୟ ବୁଧବାରର ୩୮୬ ଠାରୁ ସାମାନ୍ୟ ଉନ୍ନତି ହୋଇ ୩୪୩ରେ ପହଞ୍ଚିଛି। ଏବେ ଦିଲ୍ଲୀର ଏକ୍ୟୁଆଇ ଅତ୍ୟନ୍ତ ଖରାପ ବର୍ଗରେ ରହିଛି।ବର୍ଷା ହେତୁ ଦିଲ୍ଲୀରେ ପହଞ୍ଚିବାକୁ ଥିବା କିମ୍ବା ଦିଲ୍ଲୀରୁ ଯାତ୍ରା ଆରମ୍ଭ କରିଥିବା ୨୯ଟି ଟ୍ରେନ୍ ବିଳମ୍ବରେ ଚାଲୁଥିବା ସୂଚନା ରହିଛି ବୋଲି  ଭାରତୀୟ ରେଳବାଇ ଏକ ବିବୃତିରେ କହିଛି।

Leave a Reply

Your email address will not be published. Required fields are marked *